ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ପ୍ରତାପ ପୁର ପଞ୍ଚାୟତର ମଣ୍ଡନାଞ୍ଜି ଗ୍ରାମରେ ବିଦ୍ୟୁତ ସମସ୍ୟା କୁ ନେଇ ରାସ୍ତା ରୋକ କଲେ ଗ୍ରାମବାସୀ। ସୂଚନା ଅନୁସାରେ ମଣ୍ଡନାଞ୍ଜି ଗ୍ରାମକୁ ଦୀର୍ଘ ବର୍ଷ ହେବ ସୁରଡିହା ସବଷ୍ଟେସନରୁ ବିଦ୍ୟୁତ ସଂଯୋଗ କରାଯାଇଥିଲା।
ମାତ୍ର ମଣ୍ଡନାଞ୍ଜି ଗ୍ରାମକୁ ୬୩ କେଭି ଟ୍ରାନ୍ସଫରମର ଦିଆଯାଇଥିବା ବେଳେ କିଛି ନ୍ୟସ୍ତ ସ୍ଵାର୍ଥପର ବ୍ଯକ୍ତି ଉକ୍ତ ଟ୍ରାନ୍ସଫରମରକୁ ନିଜ ଅକ୍ତିଆର ରେ ରଖିଛନ୍ତି। ଉକ୍ତ ଟ୍ରାନ୍ସଫରମର ପାଇଁ ଗ୍ରାମବାସୀ ୧୫୦୦୦ ଟଙ୍କା ଲାଞ୍ଚ ଦେଇଥିବା ବେଳେ ସେମାନଙ୍କୁ ବିଦ୍ୟୁତ ସୁବିଧା ରୁ ବଞ୍ଚିତ କରାଯାଇଛି।
ଏବେ ଗ୍ରାମବାସୀ ମାନେ ସୁରଡିହା ରୁ ସୁବିଧା ପାଉଥିଲେ ମଧ୍ୟ କିଛି ଦିନ ଧରି ତାର ସବୁ ଛିଡି ଯାଇଥିବା ବେଳେ ମରାମତି ହେଉନାହିଁ। ତେଣୁ ନିଜ ଗ୍ରାମ ରେ ଥିବା ଟ୍ରାନ୍ସଫରମର ରୁ ବିଦ୍ୟୁତ ସଂଯୋଗ କରି ଉପଭୋକ୍ତା ମାନଙ୍କ ର ସ୍ଥାୟୀ ସମାଧାନ କରିବାକୁ ଦାବି କରି ରାସ୍ତା ଅବରୋଧ କରାଯାଇଛି।