ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଲଗାଣ ବର୍ଷା ହେବା ଯୋଗୁ ହୀରାକୁଦ ଡ୍ୟାମ ମଧ୍ୟକୁ ଜଳ ପ୍ରବେଶର ପରିମାଣ ବଢୁଛି। ଫଳରେ ଡ୍ୟାମର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ କଟକର ମୁଣ୍ଡଳୀଠାରେ ଜଳସ୍ତର କମୁଛି। ଆଜି ସକାଳ ୬ଟାରେ ଡ୍ୟାମର ଜଳସ୍ତର ୬୧୪.୬୦ ଫୁଟରେ ପହଞ୍ଚିଛି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୨ଟି ଗେଟ୍ ଖୋଲା ରହିଛି। ଏହି ସମୟ ମଧ୍ୟରେ ଡ୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୨ ହଜାର ୮୦୮ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୬୯୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ଡ୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି।

ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ପାଇଁ ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ପରିସ୍ଥତି ସୃଷ୍ଟି ହୋଇଛି। କଟକ ମୁଣ୍ଡଳୀଠାରେ ସକାଳ ୬ଟା ସୁଦ୍ଧା ପ୍ରତି ସେକେଣ୍ଡରେ ୮ ଲକ୍ଷ ୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅପଷ୍ଟ୍ରିମରେ ୯୨.୬୦ ଏବଂ ଡାଉନ ଷ୍ଟ୍ରିମରେ ୯୦.୩୦ ଫୁଟ ଜଳସ୍ତର ରହିଛି। ଗତକାଲି ରାତି ୧୧ପରଠୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଗତକାଲି ମୁଣ୍ଡଳୀରେ ସର୍ବାଧିକ ଜଳପ୍ରବାହ ହେଉଥିଲା। ସେକେଣ୍ଡ ପ୍ରତି ୯ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ତେବେ ବର୍ତ୍ତମାନ ଆଉ ହୀରାକୁଦର ଗେଟ ଖୋଲାଯିବ ନାହିଁ ବୋଲି କୁହାଯାଇଥିଲା । ଅନ୍ୟପଟେ ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟରେ ରଖି ତଳିଆ ଅଂଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ । ଦୁର୍ବଳ ନଦୀବନ୍ଧରେ ୨୪ଘଣ୍ଟିଆ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.