ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋହଲା ପାଗ ସହ ମେଘୁଆ ଆକାଶ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହୁଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ କୋହଲା ପାଗ କମିବା ସହ ବାଦଲ ହଟିବା ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଅର୍ଥାତ୍ ରାତିର ତାପମାତ୍ରାର ସ୍ବାଭାବିକ ସ୍ଥିତିକୁ ଫେରିବ।
ଦିନର ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଶୁକ୍ରବାର ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ୯ ତାରିଖରୁ ପାଗ ଶୁଖିଲା ହେବ । ଗତ ୨୪ ଘଣ୍ଟାରେ ରାଉରକେଲାରେ ୪୫, ନୂଆପଡ଼ାରେ ୪୪.୮, ବରଗଡ଼ରେ ୪୪.୨, ବୌଦ୍ଧରେ ୪୩.୩, ଗୋପାଳପୁରରେ ୪୨, ହୀରାକୁଦରେ ୪୦.୨, ସମ୍ବଲପୁରପୁରରେ ୩୭.୫, ଭବାନୀପାଟଣାରେ ୩୦.୨, ଟିଟିଲାଗଡ଼ରେ ୨୪.୪, ସୁନ୍ଦସୁରଗଡ଼ରେ ୧୧.୪, ରାଉରକେଲାରେ ୬ ଏବଂ ଝାରସୁଗୁଡ଼ାରେ ୫ ମିମି ବର୍ଷା ହୋଇଛି । ଗତ ଦୁଇ ଦିନ ଲଗାଣ ବର୍ଷାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ଉଜୁଡ଼ି ଯାଇଛି । କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ଧାନ ଚାଷ ସହ ମାଣ୍ଡିଆ, କପା ଚାଷ କ୍ଷତିଗ୍ରସ୍ତ ହୋଇଛି । ଚାଷ ଜମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ଆକଳନ କରି ୧୨ ତାରିଖରି ସୁଦ୍ଧା ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଛାଡ଼ିବା ପରେ ମାଲକାନଗିରି ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ସର୍ଭେ ଆରମ୍ଭ ହୋଇଛି। ୩୩%ରୁ ଅଧିକ କ୍ଷୟକ୍ଷତି ଫସଲକୁ ହିସାବକୁ ନିଆଯିବ।