ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶୀତରେ ଥରୁଛି ସାରା ରାଜ୍ୟ । ରାତିରେ ତାପମାତ୍ରା ଖସୁଛି । ଆଉ ଧିରେ ଧିରେ ବଢୁଛି ଜାଡ । ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିଲା । ଗତ କିଛି ଦିନ ହେବ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ଫଳରେ ଶୀତରେ ଥରହର ହେଉଛନ୍ତି ଲୋକେ ଗତ ରାତିରେ କନ୍ଧମାଳ ଫୁଲବାଣୀ ଓ ଜି. ଉଦୟଗିରିରେ ତାପମାତ୍ରା ୮ ଡିଗ୍ରୀକୁ ଖସିଆସିଛି । ଆଗକୁ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
୪ରୁ ୫ ଦିନ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଶିମିଳିପାଳ ଉପର ବାର୍ହା କାମୁଡ଼ାରେ ସର୍ବନିମ୍ନ ୨ ଡିଗ୍ରୀ, ଚହଲାରେ ୪ଡିଗ୍ରୀ, ନଅଣାରେ ୬ ଡିଗ୍ରୀ ଓ ଗୁରୁଗୁଡିଆଡି ଠାରେ ୭ ଡିଗ୍ରୀ ଡି. ସେଲସିୟସିସ୍ ତାପମାତ୍ରା ରେକର୍ଡ କରାଯାଇଛି ।ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି । ଓଡ଼ିଶାରେ ଜାରି ରହିଛି ଶୀତ ପ୍ରକୋପ । ରାଜ୍ୟର ୧୧ରୁ ଅଧିକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ । କମ୍ ରହିଛି ୨୦ ତାରିଖରୁ ଶୀତର ପ୍ରକୋପ ସାମାନ୍ୟ କମିପାରେ । ଆସନ୍ତା ୨୩ ଓ ୨୪ ତାରିଖରି ବେଳକୁ ଉତ୍ତର ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ।
ଭୁବନେଶ୍ୱରସ୍ଥିତ ଆଞ୍ଚଳିତ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ଟ୍ୱିଟ ଅନୁଯାୟୀ, ଆଜି କନ୍ଧମାଳର ଜି.ଉଦୟଗିରି ଓ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି। କୋରାପୁଟରେ ୮.୬ ଡିଗ୍ରୀ, ଅନୁଗୁଳ ଓ କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭଦ୍ରକର ରାଣୀତାଲରେ ୯.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୯.୮ ଡିଗ୍ରୀ ଓ ରାଉରକେଲାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।