କମିଶନରେଟ ପୋଲିସର ଚୋରା ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ, ୧୫୦ ଜଣ ଫେରିପାଇଲେ ନିଜ ହଜିଯାଇଥିବା ମୋବାଇଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାର ଡିସିପିଙ୍କ କାର୍ଯ୍ୟ।ଳୟରେ ଭୁବନେଶ୍ଵର-କଟକର ପୋଲିସ କମିଶନର  ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ଵର ଡିସିପି ଶ୍ରୀ ପ୍ରତୀକ ସିଂହଙ୍କ ପ୍ ତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଅପରାହ୍ନରେ ଏକ ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵରର ବିଭିନ୍ନ ଥାନା ତଥା ପିଓପିଡି, ଟୀମ-୬୦ ଏବଂ ଓସିପିଓ ସେଲର ମିଳିତ ପ୍ରୟାସରେ ଚୋରୀ କିମ୍ବା ହଜିଯାଇଥିବା ସମୁଦାୟ ୧୫୦ଟି ଉଦ୍ଧାର କରାଯାଇଥିବା ମୋବାଇଲକୁ ସେମାନଙ୍କର ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ମୋବାଇଲ ଗୁଡିକର ପ୍ରକୃତ ମାଲିକାନା ଯାଞ୍ଚ ପରେ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଯୋଗାଯୋଗ କରାଯିବା ସହ ଆଜି ଏକ ମେଳା ଅନୁଷ୍ଠିତ କରାଯାଇ ଉକ୍ତ ମୋବାଇଲ ଗୁଡିକୁ ହସ୍ତାନ୍ତର କରାଯାଇଥିଲା ।

ସୂଚନାନୁଯାୟୀ ଗତ ବର୍ଷ ୨୦୨୨ ମସିହାରେ ୫୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସମୁଦାୟ ୧୪୩୪ଟି ମୋବାଇଲ ଫୋନ ଉଦ୍ଧାର କରାଯାଇ ସେଥିମଧ୍ୟରୁ ୧୨୫୦ ଟି ମୋବାଇଲ ଫୋନକୁ ସେମାନଙ୍କର ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ସେହିପରି ଚଳିତ ବର୍ଷ ଏଯାବତ ୮୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମୋଟ ୨୨୨ଟି ମୋବାଇଲ ଫୋନ ଉଦ୍ଧାର କରାଯିବା ସହ ସେଥିମଧ୍ୟରୁ ୨୧୮ଟି ମୋବାଇଲ ଫୋନକୁ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ, ଏହିପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ପୋଲିସ କମିଶନରଙ୍କ ତରଫରୁ ସୂଚନା ମିଳିଛି।

 

ବିଦ୍ର: ଜନସାଧାରଣମାନେ ସେମାନଙ୍କର ହଜିଯାଇଥିବା, ଚୋରୀ କିମ୍ବା ଲୁଟ ହୋଇଯାଇଥିବା ମୋବାଇଲ ଫୋନ ଗୁଡିକର ତଥ୍ୟ ଆଦାନପ୍ରଦାନ ପାଇଁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

Leave A Reply

Your email address will not be published.