ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶରୀର ମୋର ସମ୍ପୂର୍ଣ୍ଣ ଟ୍ରିପ ହୋଇଯାଇଛି ଉଠିଲେ ବସି ହେଉନି କି ବସିଲେ ଉଠି ହଉନି 2009 ମସିହାରୁ ମୋ ଶରୀର ଅସୁସ୍ଥ ହେଲେ ଡାକ୍ତର କିଛି ଜାଣିପାରିଲେ ନାହିଁ ମୋର କଣ ହୋଇଛି | ଆଉ ଯେତେବେଳେ ଜାଣିଲେ ମୋର ଶରୀର ସେତେବେଳକୁ ଷ୍ଟିପ ହୋଇଗଲାଣି ଡାକ୍ତର କହିଲେ ଏ ରୋଗର କୌଣସି ଚିକିତ୍ସା ନାହିଁ | ଧୀରେ ଧୀରେ ଏମିତି ଅନେକ ଦିନ ହେଲା ମୋ ଶରୀର ଅସୁସ୍ଥ | ପାଖରେ ଟଙ୍କାଟିଏ ବି ନାହିଁ କେମିତି ଔଷଧ ଖାଇବି | ବନ୍ଧୁ ବାନ୍ଧବ କିଏ କେମିତି 50 , 100 , 500, 1000 ଦେଉଛନ୍ତି ସେଇଥିରେ ମୁଁ ଚାଲୁଛି ସେଥିରେ ତିନି ତିନୋଟି ପିଲାଙ୍କ ପାଠ ପଢ଼ାଇବା କେତେ କଷ୍ଟ ସେକଥା ଭଗବାନଙ୍କୁ ହିଁ ଜଣା | ମୁଁ କେଉଁଆଡ଼େ ଯାଇଁ ପାରୁନି ମୋ ଦୁଃଖ ଜଣାଇବା ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ଏମିତିକି ପଲ୍ଲୀରେ ପ୍ରଶାସନରେ ଜଣାଇଲା ମୋ ସ୍ତ୍ରୀ ନିରୁପମା ହେଲେ କେହି ଶୁଣୁନାଁହାନ୍ତି ମୋ ଦୁଃଖ |
ଆମେ କହୁଛୁ କେନ୍ଦ୍ରାପଡ଼ା ବ୍ଲକ ଅଧିନସ୍ତ ଚାରିଗାଁ ଗ୍ରାମର ନିରାକାର କାଣ୍ଡିଙ୍କ କଥା | ଦୀର୍ଘବର୍ଷ ହେଲା ସେ ବିଛଣାରେ ପଡ଼ି ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ଦୁଇ ହାତରେ ଦୁଇଟି ଆସାବାଡ଼ି ଧରିଲେ ଠିଆହୁଅନ୍ତି | ଚାଲିବାକୁ କାହାର ଆଶ୍ରା ଲୋଡ଼ନ୍ତି ନିରାକାର | 2009 ମସିହାରୁ ଶରୀର ଅସୁସ୍ଥ ହେଲାପରେ ରୋଜଗାର ନାହିଁ ଅନ୍ୟର ହାତଟେକାରେ ଚଳୁଥିବା ପରିବାର ପାଇଁ ତିନୋଟି ପୁଅଙ୍କୁ ପାଠ ପଢ଼ାଇବା ଏବେ ପିଟିତଙ୍କ ପାଇଁ ଏକ ଚାଲେଞ୍ଜ ହୋଇଯାଇଛି | ଅନ୍ୟ ପକ୍ଷରେ ସ୍ୱାମୀଙ୍କ ପାଇଁ ଖଣ୍ଡିଏ ଚାରି ଚକିଆ ସ୍କୁଟି ପାଇଁ କେତେ ଅଧିକାରୀଙ୍କ କାର୍ଯ୍ୟାଳୟ ଘୁରି ବୁଲିଛନ୍ତି ସ୍ତ୍ରୀ ନିରୁପମା ହେଲେ କେହି ଶୁଣୁ ନାଁହାନ୍ତି ଦୁଃଖିନୀର ଦୁଃଖ |
ତେବେ ନିରୁପମା ପିଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବ୍ଲକ ଏ ବି ଡି ଓ ଙ୍କୁ ଭେଟି ଦୁଃଖ ଜଣାଇ ଲିଖିତ ଅଭିଯୋଗ କରିଥିଲେ | ତେବେ ଏ ବି ଡି ଓ ମହୋଦୟ ପୀଡ଼ିତଙ୍କ ଅଭିଯୋଗ ଶୁଣି ତାହା କିପରି କାର୍ଯ୍ୟକାରୀ ହୋଇ ପୀଡିତ ଙ୍କୁ ସରକାରୀ ସହାୟତା ଯୋଗାଇ ଦେଇ ହବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ | ତେବେ କେବେ ଓ କଣ ନିରାକାର ଙ୍କୁ ସରକାର ସହାୟତା ମିଳୁଛି ତାହା ଦେଖିବାକୁ ଖାଲି ବାକି ରହିଲା |