ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରକ୍ତରେ ବେଇମାନି ନାହିଁ। ସତ କହିବା ଯଦି ପାପ ତେବେ ମୁଁ ପାପ କରିଛି। ଯେଉଁମାନେ ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି, ସେମାନେ ୨୫ ବର୍ଷ ହେଲା ଜିତି ପାରି ନାହାନ୍ତି। କାହା ପରାମର୍ଶରେ ଚକ୍ରାନ୍ତ ଚଳାଇଛନ୍ତି, ତାହା ମୁଁ ଜାଣିନି। ପିସିସି ସଭାପତିଙ୍କ ବିରୋଧରେ କହି ମୁଁ ମୋ ତୁଣ୍ଡ ଖରାପ କରିବାକୁ ଚାହୁଁନି। କଂଗ୍ରେସକୁ ନିଲମ୍ବନ ପରେ ସୋମବାର ସାମ୍ବାଦିକ ସମ୍ମିଳନୀରେ ଏମିତି କହିଛନ୍ତି କଂଗ୍ରେସର ପୁରୁଖା ନେତା ଚିରଞ୍ଜୀବ ବିଶ୍ଵାଳ।
ସେ କହିଛନ୍ତି ମୁଁ କଂଗ୍ରେସ ପରିବାରରୁ ଆସିଛି। ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ସଭାପତିଙ୍କ ସୁପାରିଶକ୍ରମେ ନିଲମ୍ବନ କରାଯାଇଛି। ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ ପାଇଁ କାମ କରିଛୁ। କଂଗ୍ରେସ ବିରୋଧରେ କେବେ ବି କାମ କରିନି। କଂଗ୍ରେସକୁ ସୁଦୃଢ କରିବାକୁ ଭୁବନେଶ୍ଵରରେ ଏକ ମିଟିଂ କରାଇଥିଲୁ। କଂଗ୍ରେସ କେମିତି ସୁଦୃଢ କରାଯାଇ ପାରିବ, ସେ ନେଇ ଆଲୋଚନା ହୋଇଥିଲା।ଅଥଚ ମୋତେ କୁହାଗଲା ମୋ ପାଇଁ ଝାରସୁଗୁଡ଼ା ଉପ ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା। ତେବେ ଧାମନଗର ଓ ପଦ୍ମପୁର ନିର୍ବାଚନ କାହା ପାଇଁ ଖରାପ ପ୍ରଦର୍ଶନ ହେଲା ବୋଲି ଚିରଞ୍ଜୀବ ପ୍ରଶ୍ନ କରିଛନ୍ତି।
ଚିରଞ୍ଜୀବ କହିଛନ୍ତି ନିଜ ସ୍ଵାର୍ଥ ପାଇଁ କାର୍ଯ୍ୟ କଲେ କଂଗ୍ରେସ କଦାପି ସୁଦୃଢ ହୋଇ ପାରିବ ନାହିଁ। ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ। କଂଗ୍ରେସରୁ ନିଲମ୍ବନ କରିବା ମୋତେ ବହୁତ ଆଘାତ ଦେଇଛି। ଗୋଟିଏ କୁଚକ୍ରୀ ଗୋଷ୍ଠୀ ମୋତେ ଦଳରୁ ଦୂରେଇବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସକୁ ଯୋଡ଼ିବାକୁ ଅଛନ୍ତି ନା ତୋଡ଼ିବାକୁ ଅଛନ୍ତି, ଏହା ବିଚାର କରାଯାଉ ବୋଲି ଚିରଞ୍ଜୀବ କହିଛନ୍ତି।
ସେ କହିଛନ୍ତି, ସତ କହିବା ଯଦି ପାପ ତେବେ ମୁଁ ପାପ କରିଛି। ଯେଉଁମାନେ ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି, ସେମାନେ ୨୫ ବର୍ଷ ହେଲା ଜିତି ପାରି ନାହାନ୍ତି। କାହା ପରାମର୍ଶରେ ଚକ୍ରାନ୍ତ ଚଳାଇଛନ୍ତି, ତାହା ମୁଁ ଜାଣିନି। କଂଗ୍ରେସ କର୍ମୀମାନେ ଆଗେଇ ଆସନ୍ତୁ ଏବଂ ଏ ଚକ୍ରାନ୍ତ ପଣ୍ଡ କରନ୍ତୁ। ଯେଉଁଠି କଂଗ୍ରେସର ସ୍ଥିତି ଭଲ ରହିଛି, ସେଠି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି। ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲାରେ
ଯଦି ମୋତେ ଛାଡ଼ି ୯ରୁ ୯୦ ମିଶନ ସଫଳ କରିବେ, ସେଥିପାଇଁ ସାଧୁବାଦ।
ମୁଁ ଜଣେ ସ୍ଵାଭିମାନୀ ଲୋକ, କାର୍ଯ୍ୟାନୁଷ୍ଠାନକୁ ଡରୁନାହିଁ। ଦୁର୍ବଳ ଲୋକ ହିଁ ଅଭିଯୋଗ କରନ୍ତି, ମୁଁ କିଛି ଅଭିଯୋଗ କରିବିନି। ସାମର୍ଥ୍ୟବାନ ଲୋକଙ୍କୁ ଦଳରେ ହତାଶ କରାଯାଉଛି। ୨୦୨୪ ନିର୍ବାଚନରେ ଲଢିବା ଥୟ ବୋଲି ଚିରଞ୍ଜୀବ ସ୍ପଷ୍ଟ କରିଛନ୍ତି ବୋଲି ଚିରଞ୍ଜୀବ କହିଛନ୍ତି।
ସେ କହିଛନ୍ତି ମୁଁ କଂଗ୍ରେସରୁ ଲଢିବି କି ସ୍ଵାଧୀନ ଭାବେ ଲିଢିବି ତାହା ସମୟ କହିବ। ଯିଏ ନିଜ ଛାଇକୁ ଦେଖି ଡରେ, ସେ ଏଭଳି ପଦକ୍ଷେପ ନେଇଛନ୍ତି। ଗୋଡ଼ ତଳେ ମାଟି ନ ଥିବା ଲୋକ ହିଁ ଏଭଳି ପଦକ୍ଷେପ ନିଅନ୍ତି। ପିସିସି ସଭାପତିଙ୍କ ବିରୋଧରେ କହି ମୁଁ ମୋ ତୁଣ୍ଡ ଖରାପ କରିବାକୁ ଚାହୁଁନି।