ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଗାମୀ ୨ ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ର ପ୍ରଭାବ ନାହିଁ।ପାଗ ମୁଖ୍ୟତଃ ମେଘୁଆ ରହିବ।କିନ୍ତୁ ୩ ଦିନ ପରେ ପୁଣି ଉପକୂଳ ଓଡ଼ିଶା ଏବଂ ଉତ୍ତର ଉପକୁଳ ଓଡ଼ିଶାରେ ବର୍ଷା ସମ୍ଭାବନା।ରାଜ୍ୟରେ ସକ୍ରିୟ ମୌସୁମୀ ସହ ସକ୍ରିୟ ସଦୃଶ ଲଘୁଚାପ ଏବଂ ନିମ୍ନ ଚାପ ରେଖା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ରେ ରାଜ୍ୟର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଅଂଚଳରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଏଥିସହ କେବଳ ସୁନ୍ଦରଗଡ, ଝାରସୁଗୁଡ଼ା ରେ ପ୍ରବଳ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୟେଲୋ ୱର୍ଣୀ ଜାରି କରାଯାଇଛି।
ଗତ ୨୪ଘଣ୍ଟା ରେ ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି।ଏଥିସହ ରାଜ୍ୟରେ ୧୦.୫ମିମି ବର୍ଷାରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୦.୭ମିମି ତୁଳନାରେ ୨ ପ୍ରତିଶତ କମ ରହିଛି ।ସେହିପରି ବରଗଡ ଜିଲ୍ଲାର ବିଜେପୁର ଠାରେ ସର୍ବାଧିକ ବର୍ଷା ୭୭ ମିମି ବର୍ଷା ରେକର୍ଡ କରାଯାଇଛି ।
ରାଜ୍ୟରେ ନାହିଁ ନିଅଣ୍ଟିଆ ବର୍ଷା
ମୌସୁମୀ ଆସିବ ପରେ ୨୭ ତାରିଖ ସୁଦ୍ଧା ୪୪.୪ ମିଲି ମିଟର ବର୍ଷା ରେକର୍ଡ କରାଯିବ କଥା । କିନ୍ତୁ ଏହାରି ଭିତରେ ୧୦୯ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ଯାହାକି ୧୪୫ ପ୍ରତିଶତ ବର୍ଷା ଅଧିକ ହୋଇଛି। ଜୁନ୍ ମାସରେ ବର୍ତ୍ତମାନ ସୁଦ୍ଧା ୧୯୨ .୩ ମିଲି ମିଟର ବର୍ଷା ହେବା କଥା କିନ୍ତୁ ୧୫୬.୧ ମିଲି ମିଟର ଯାହା କି ୧୯ ପ୍ରତିଶତ କମ ରହିଛି ଏହାକୁ ଆମେ ସ୍ଵାଭାବିକ ରହିବ। କାରଣ ୧୯ ପ୍ରତିଶତ ଭିତରେ ରହିଲେ ତାକୁ ସ୍ଵାଭାବିକ୍ ବର୍ଷା କୁହାଯାଏ। ଓଡ଼ିଶାକୁ ମୌସୁମୀ ବିଳମ୍ୱରେ ଆସିଥିଲେ ମଧ୍ୟ ଯଥେଷ୍ଟ ପରିମାଣ ବର୍ଷା ହୋଇଛି।
ପଶ୍ଚିମ ଓଡ଼ିଶାର ଭଲ ବର୍ଷା
ରାଜ୍ୟରେ ଯେଉଁ ଜିଲ୍ଲା ଅଧିକ ଗରମ ଅନୁଭୂତ ହେଉଥିଲା ସେହି ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ଼ ହୋଇଛି। ପଶ୍ଚିମ ଓଡ଼ିଶାରେ ଯେଉଁ ଭଳି ଭାବେ ତାତି କଲବଲ କରିଥିଲା ମୌସୁମୀ ଆସିବା ପରେ ସେହି ପଶ୍ଚିମ ଓଡ଼ିଶା ଓ ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ସ୍ଵାଭାବିକ ତୁଳନାରେ ଯଥେଷ୍ଟ ଅଧିକ ହୋଇଛି (୬୦ ପ୍ରତିଶତ ରୁ ଅଧିକ) । କେବଳ ରାୟଗଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଛି ।(୧୩ ପ୍ରତିଶତ କମ୍ ବର୍ଷା ରେକର୍ଡ଼ ହୋଇଚି )। କିନ୍ତୁ ଅନ୍ୟ ସବୁ ଜିଲ୍ଲାରେ ସ୍ବାଭାବିକ ଠାରୁ ଭଳ ପରିମାଣର ବର୍ଷା ହୋଇଛି। ପ୍ରଥମ ସପ୍ତାହରେ ଭଲ ବର୍ଷା ହୋଇଛି ।ଦ୍ଵିତୀୟ ସପ୍ତାହରେ ମଧ୍ୟ ଭଳ ବର୍ଷା ମଧ୍ୟ ହେବ ବୋଲି ଅନୁମାନ କରାଯାଉଛି। ରାଜ୍ୟରେ ଭଲ ବର୍ଷା ଫଳରେ ଚାଷୀ ମାନଙ୍କ ପାଇଁ ଖୁସୀ ଖବର । ଯେଉଁ ଆଶା କରାଯାଉଥିଲା କି ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ କିନ୍ତୁ ତାହା ଏବେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଯାହା ଚାଷ କାର୍ଯ୍ୟ ପାଇଁ ସମ୍ପୂର୍ଣ ପାଗ ଠିକ୍ ରହିଛି । ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।