ଆଗମୀ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ, ୮ ଜିଲ୍ଲାରେ ବଢିବ ତାପମାତ୍ରା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ):  ଗତ କିଛ ଦିନ ହେଲା ତାପମାତ୍ରା ଅଧିକ ରହିଛି । ହଟ ଓ ହମିଡ୍ୟୁଟି ୱେଦର୍ କଣ୍ଡିସନ ଦୁଇ ରୁ ତିନି ଦିନ ଲାଗିକି ରହିବ ।ବାୟୁ ମଣ୍ଡଳର ୩.୧ କିଲୋମିଟର ଉପରେ ଏକ ଗୁରୁଚାପ ବଳୟ ରହିଛି । ଏଇ ଯେଉଁ ଗୁରୁଚାପ ବଳୟ ଆଗାମୀ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ତାହାର ପ୍ରଭାବ ରହିବ । ଅର୍ଥାତ୍ ଆଗମୀ ଦୁଇ ରୁ ତିନି ଦିନ ମଧ୍ୟରେ ତାପମାତ୍ରା ରେ କୌଣସି ପରିବର୍ତ୍ତନ ହେବ ନାହିଁ । ୪୦ କିମ୍ବା ତା ଠା ରୁ ଅଧିକ ତାପମାତ୍ରା ରେକର୍ଡ଼ କାରାଯାଇଛି । ଆଗମୀ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ୪୦ ଡିଗ୍ରୀ ତାପମାତ୍ରା ରହିବା ସହିତ ସ୍ୱାଭାବିକ ତୁଲନାରେ ଦୁଇ ରୁ ତିନି ଡିଗ୍ରୀ ଅଧିକ ତାପମାତ୍ରା ରହିବ । ଗତ କାଲି ଆଭ୍ୟନ୍ତରିଣ ଓଡ଼ିଶାର ଅନେକ ସ୍ଥାନରେ ତାପ ମାତ୍ର ରେକର୍ଡ଼ ହୋଇଛି ତାହା ସ୍ୱାଭାବିକ ତୁଲନାରେ ଦୁଇ ରୁ ତିନି ଡିଗ୍ରୀ ଅଧିକ ରହିଛି । ସର୍ବାଧିକ ବ୍ୟବଧାନ ବାରିପଦା ରେ ୪୪.୨ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଯାହା ଓଡ଼ିଶା ର ସର୍ବାଧିକ ଦିନ ତାପମାତ୍ରା । ବର୍ତ୍ତମାନ ଆଜି ସୁଦ୍ଧା ଅର୍ଥାତ୍ ୧୧ ତାରିଖ ପରଠାରୁ ବର୍ତ୍ତମାନ ଶୁଦ୍ଧା ଗୋଟିଏ ବି ଦିନ ହିଟ ୱେଭ୍ ଅନୁଭୂତ ହୋଇନି ରାଜ୍ୟରେ । କିନ୍ତୁ ଉଚ୍ଚ ତାପମାତ୍ରା ରହିଥିବାରୁ ୱାର୍ଣଙ୍ଗି ଜାରି କରିଛୁ । ଆଜି ମଧ୍ୟ କେତେକ ସ୍ଥାନ ରେ ଦିନ୧୧.୩୦ ଟା ସୁଦ୍ଧା ୪୦ ଡିଗ୍ରୀ ଓ ତା ଠୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି ।

ଆଗମୀ ୨୪ ଘଂଟା ପାଈଁ ପାଖା ପାଖି ଆଠ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବ ବା ହିଟ ୱେଭ କଣ୍ଡିସନ ରହିବାର ସମ୍ଭାବନା ରହିଛି ।କେନ୍ଦୁଝର, ମୟୂରଞ୍ଜର ,ବଲାଙ୍ଗୀର ,ସମ୍ବଲପୁର, ଝାରସୁଗୁଡା , ସୁନ୍ଦରଗଡ଼, ସୋନପୁର, ବୌଦ୍ଧ ,ଏହି ସବୁ ଜିଲ୍ଲାରେ ଗୋଟାଏ କି ଦୁଇଟି ସ୍ଥାନରେ ହିଟ ୱେଭ କଣ୍ଡିସନ ରହିବାର ସମ୍ଭାବନା ରହୁଛି । ସେଥିପାଇଁ ୱାରଙ୍ଗି ଜାରି କରାଯାଇଛି । ସେହିପରି ଡେ ତି ରେ ମଧ୍ୟ ମୟୁରଭଞ୍ଜ , କେନ୍ଦୁଝର, ସୁନ୍ଦରଗଡ଼ , ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ହିଟ ୱେଭ ର ପ୍ରଭାବ ରହିବ , ଡେ ଥ୍ରି ରେ ପ୍ରଭାବ ଧୀରେ ଧୀରେ କମିଯିବ । ଗୁରୁଚାପ ର ବଳୟ ଟା ଦୁଇ ରୁ ତିନି ଦିନ ଭିତରେ ଦୁର୍ବଳ ହେବାର ସମ୍ଭାବନା ରହିଛି ।ତେଣୁ ତାର ପ୍ରଭାବ ବିଶେଷ ରହିବ ନାହିଁ । ଉତ୍ତର ପଶ୍ଚିମ ଦିଗରୁ ଯେଉଁ ଶୁଷ୍କ ବାୟୁ ପ୍ରଭାହିତ୍ ହେଉଛି ତାହା ମଧ୍ୟ ଦୁର୍ବଳ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.