ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଦେଶର ସମସ୍ତ ସ୍କୁଲରେ ଷଷ୍ଠର ଦ୍ୱାଦଶ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ମିଳିବ । ସୋମବାର ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଚାରି ସପ୍ତାହ ମଧ୍ୟରେ ସ୍କୁଲ ୟୁନିଫର୍ମ ପଲିସିରେ ଏହାକୁ ସାମିଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାମଲା । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜର କର୍ତ୍ତୃପକ୍ଷ ଏହାକୁ ୟୁନିଫର୍ମ ପଲିସିରେ ଅନ୍ତର୍ଭୁକ୍ତ କରିବେ । ତିନି ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏନେଇ ରିପୋର୍ଟ ଦାଖଲ କରାଯିବ ।ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏହା ଯୁବକ ଏବଂ କିଶୋରୀ ବାଳିକାମାନଙ୍କ ମାସିକ ଋତୁସ୍ରାବର ସ୍ୱଚ୍ଛତା ପାଇଁ ଉତ୍ସର୍ଗୀକୃତ। କିନ୍ତୁ ସ୍ୱାସ୍ଥ୍ୟସେବାଳ ଯୋଗାଇ ଦେବା ହେଉଛି ରାଜ୍ୟସରକାରଙ୍କ ଦାୟିତ୍ୱ । କାରଣ ସାର୍ବଜନିକ ସ୍ୱାସ୍ଥ୍ୟ ରାଜ୍ୟ ସରୀକାରଙ୍କ ବିଷୟ ।
ତେଣୁ ଏହି ପରିପ୍ରେକ୍ଷୀରେ ସମସ୍ତ ରାଜ୍ୟ ସରକାରଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଗଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସିଜେଆଇ ଚନ୍ଦ୍ରଚୁଡ଼ , ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜେବି ପାରଦୀୱାଲାଙ୍କ ତିନି ଜଣିଆ ଖଣ୍ଡପୀଠରେ ଏହି ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନୋଟିସ୍ ଜାରି କରିଥିଲେ।