ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ସୁବିଧା ନେଇ ବିଶେଷ ପଦକ୍ଷେପ ଗ୍ରହଣ କରିଛି ଶିକ୍ଷା ବିଭାଗ । ପ୍ରଥମ ଥର ପାଇଁ ଡିଜି ଲକରରେ ଯୁକ୍ତ ଦୁଇ ସାର୍ଟିଫିକେଟ, ମାର୍କ ସିଟ ଓ ମାଇଗ୍ରେନ ସାର୍ଟିଫିକେଟ ଉପଲବ୍ଧ ହେବ । ଏ ନେଇ ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ଅଶ୍ୱାଥି ଏସ । ଆଗାମୀ ବର୍ଷରୁ ଏକାକାଳୀନ ସମସ୍ତ ବିଭାଗର ପରୀକ୍ଷା ଫଳ ଗୋଟିଏ ଦିନରେ ପ୍ରକାଶ ପାଇବ । ଏଣିକି ଛାତ୍ରଛାତ୍ରୀ ମାନେ ଡିଜି ଲକର ଜରିଆରେ ସେମାନଙ୍କର ଯୁକ୍ତ ଦୁଇ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ ଏବଂ ମାର୍କ ସିଟ ଆଦି ଡାଉନ୍ ଲୋଡ୍ କରିପାରିବେ ।
ପୂର୍ବରୁ ଯେପରି ଭାବରେ ସାର୍ଟିଫିକେଟ ମିଳୁଥିଲା ତାହା ପୂର୍ବ ପରି ମିଳିବ । ଏଥିସହିତ ଯେଉଁ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସାର୍ଟିଫିକେଟ ଆବଶ୍ୟକ ସେମାନେ ଡିଜି ଲକରରୁ ଏହାକୁ ଡାଉନଲୋଡ କରିବେ ।ଆସନ୍ତା ଜୁନ 7 ସୁଦ୍ଧା ଡିଜି ଲକରରେ ସାର୍ଟଫିକେଟ, ମାର୍କସିଟ ଏବଂ ମାଇଗ୍ରେସନ ସାର୍ଟିଫିକେଟ ଉପଲବ୍ଧ ହେବ । ଏହା ଫଳରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀ ତୁରନ୍ତ ସାର୍ଟିଫିକେଟ ପାଇପାରିବେ ।
ଆଗାମୀ ବର୍ଷରୁ ଏକକାଳୀନ ସମସ୍ତ ବିଭାଗ ବିଜ୍ଞାନ, ବାଣିଜ୍ୟ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଯୋଜନା କରାଯାଉଛି ।
ଗୋଟିଏ ଦିନରେ ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ। ଚଳିତ ବର୍ଷ ଭିତ୍ତିଭୂମି ଅଭାବ ଯୋଗୁଁ ଏକକାଳୀନ ପରୀକ୍ଷା ଫଳ ପ୍ରକାଶ ପାଇପାରିଲା ନାହିଁ ବୋଲି କହିଛନ୍ତି ବିଭାଗୀୟ ସଚିବ ।