ଅମ୍ବାନୀଙ୍କ ପାର୍ଟିରେ ସୁନାର ପୋଷାକ ପିନ୍ଧି ଆସିଲେ ଏହି ମହିଳା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସୁନାର ପୋଷାକ ଆପଣ କେବେ ଦେଖିଛନ୍ତି, ଆପଣ ସୁନା ଅଳଙ୍କାର ପିନ୍ଧିଥିବେ । କିନ୍ତୁ ସୁନା ପୋଷାକ ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଅମ୍ବାନୀଙ୍କ ପାର୍ଟିରେ ଜଣେ ମହିଳାଙ୍କୁ ସୁନାର ପୋଷାକ ପିନ୍ଧି ନଜର ଆସୁଥିବାର ଦେଖି ଲୋକେ ଚକିତ ହୋଇଛନ୍ତି। ମହିଳା ଜଣକ ୨୪ କ୍ୟାରେଟ୍‌ ସୁନାର ବ୍ଲାଉଜ୍‌ ପିନ୍ଧିବା ସହ ବେବି ବମ୍ପ୍‌କୁ ବି ସ୍ବର୍ଣ୍ଣରେ ଛାଉଣୀ କରିଛନ୍ତି।

ନୀତା ମୁକେଶ ଅମ୍ବାନୀ କଲ୍‌ଚୁରାଲ୍‌ ଇଭେଣ୍ଟ୍‌ରେ ଅନେକ ବଡ଼ ବଡ଼ ଲୋକ ଓ ତାରକାଙ୍କୁ ଦେଖିବାକୁ ମିଳିଥିଲା। ସେହି ଇଭେଣ୍ଟ‌ରେ ସ୍ବର୍ଣ୍ଣିମ ପୋଷାକ ପିନ୍ଧି ଦୃଷ୍ଟି ଆକର୍ଷଣ କରିଥିଲେ ଏହି ମହିଳା ଜଣକ। ଏହିି ଇଭେଣ୍ଟରେ ବଲିଉଡ୍‌ରୁ ନେଇ ହଲିଉଡ୍‌ ଏବଂ କଲ୍‌ଚୁରାଲ୍‌ ଆର୍ଟିଷ୍ଟ୍‌ମାନଙ୍କୁ ଦେଖିବାକୁ ମିଳିଥିଲା। ତେବେ ସୁନାର ପୋଷାକ ପିନ୍ଧିଥିବା ଏହି ମହିଳା ଜଣକ ହେଉଛନ୍ତି ପ୍ରସିଦ୍ଧ ଅଳଙ୍କାର ଡିଜାଇନର୍‌ ସୁହାନୀ ପାରେଖ।

ତାଙ୍କ ଲୁକ୍‌ ସମସ୍ତଙ୍କଠାରୁ ବେଶ୍ ଭିନ୍ନ ଥିଲା। ସେ ଏବେ ଗର୍ଭବତୀ ଅଛନ୍ତି ଓ ସୁହାନୀ ନିଜ ଲୁକ୍‌କୁ ତାଙ୍କର ସୃଜନଶୀଳତା ବ୍ୟବହାର କରି ବେଶ୍‌ ଆକର୍ଷଣୀୟ କରି ପାରିଛନ୍ତି। ସ୍ବର୍ଣ୍ଣିମ ପୋଷାକରେ ଖୁବ୍‌ ଷ୍ଟାଇଲିସ୍‌ ଅନ୍ଦାଜରେ ସେ ନିଜର ବେବି ବମ୍ପ୍‌ଙ୍କୁ ପୋଷାକ ତଳେ ଢାଙ୍କିଛନ୍ତି।

ମୁକେଶ ଅମ୍ବାନି ସାଂସ୍କୃତିକ କେନ୍ଦ୍ର (ଏନ୍ଏମ୍ଏସିସି)ର ଉଦଘାଟନ ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବଲିଉଡର ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ ।

Leave A Reply

Your email address will not be published.