ରାଜ୍ୟରେ ଗଠନ ହେଲା ୩ ନୂଆ ସିଭିଲ ଜଜ୍ କୋର୍ଟ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଗଠନ ହୋଇଛ ୩ଟି ନୂଆ ସିଭିଲ୍ ଜଜ୍ କେର୍ଟ । ଏହି କୋର୍ଟଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା, ସମ୍ବଲପୁର ଜିଲାର ରେଙ୍ଗାଲିଠାରେ ସ୍ଥାପନ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ଏହି କୋର୍ଟଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୩ଟି କୋର୍ଟ ଗଠନ ହେବା ପରେ ଏହିସବୁ ରାଜସ୍ବ ତହସିଲ ଉପରେ କ୍ଷେତ୍ରାଧିକାର(ଜୁରିସ୍ଡିକ୍ସନ) ଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ ସିଭିଲ ଜଜ୍ କୋର୍ଟଗୁଡ଼ିକର ଅଧିକାର ସମାପ୍ତ ହୋଇଛି।

Leave A Reply

Your email address will not be published.