ଘର ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଏସିଡ ମାଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘର ବାରଣ୍ଡାରେ ଶୋଇଥିବାବେଳେ ବାପା-ପୁଅଙ୍କୁ ଏସିଡ ମାଡ଼ କରାଯାଇଛି। ଏଭଳି ଜଘନ୍ୟ ଘଟଣା ଘଟିଛି କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ାକୁନ୍ଦେଲ ଗ୍ରାମରେ | ଗୁରୁତର ବାପପୁଅଦ୍ୱୟ ହେଲେ ମୋହନ କନ୍ଦର ଓ ନାବାଳକ ପୁଅ ଅନୁଜ କନ୍ଦର ।

ଉଭୟଙ୍କୁ ପ୍ରଥମଆ ତୁମୁଡ଼ିବନ୍ଧ ଓ ପରେ ବାଲିଗୁଡା ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତ ରାତିରେ ମୋହନ କନ୍ଦର ନିଜ ୧୨ ବର୍ଷୀୟ ନାବାଳକ ପୁଅ ଅନୁଜ କନ୍ଦର ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ ଘର ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ ହଠାତ୍‌ କେହି ଦୁର୍ବୃତ୍ତ ପହଞ୍ଚି ଉଭୟ ବାପପୁଅଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ।

ଏହାପରେ ଉଭୟ ବାପପୁଅ ଚିତ୍କାର କରିଥିବା ବେଳେ ପରିବାରର ଅନ୍ୟ ସଦସ୍ୟମାନେ ଉଠି ପଡ଼ିଥିଲେ। ମାତ୍ର ସେତେବେଳକୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରିବାର ଲୋକେ ତୁରନ୍ତ ଉଭୟଙ୍କୁ ତୁମୁଡ଼ିବନ୍ଧ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ତନନ୍ତ ଆରମ୍ଭ କରିବା ସହ ଗାଁ ଲୋକଙ୍କୁ ପଚରାଉଚରା କରୁଛି।

Leave A Reply

Your email address will not be published.