କଳାବୈଶାଖୀ ପ୍ରଭାବରେ ଉପୁଡିଲା ଗଛ

0

ଓଡ଼ିଆ ନ୍ୟୁଜ୍: କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବହୁ ସ୍ଥାନରେ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଛି। ଫଳରେ ବାଉଁଶୁଣିରୁ ମନମୁଣ୍ଡାକୁ ଯୋଗାଯୋଗ ବିଛିନ୍ନ ହୋଇଛି।

ଏଥିଯୋଗୁଁ ରାସ୍ତାର ଉଭୟ ପଟେ ଶହଶହ ସଂଖ୍ୟାରେ ଗାଡିମଟର ରାଜପଥ ଉପରେ ଅଟକି ରହିଛି। ଏହାଛଡା ପବନରେ ବହୁଲୋକଙ୍କ ଘରର ଛପର ଉଡାଇ ନେଇଥିବା ବେଳେ ଏନେଇ ସବିଶେଷ ବିବରଣୀ ମିଳିପାରି ନାହିଁ।

କାଳବୈଶାଖୀ ଯୋଗୁଁ ବୌଦ୍ଧ ଜିଲ୍ଲାରୁ ବାଉଁଶୁଣିରୁ ମନମୁଣ୍ଡାକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଏଥିଯୋଗୁଁ ରାସ୍ତାର ଉଭୟ ପଟେ ଶହଶହ ସଂଖ୍ୟାରେ ଗାଡିମଟର ରାଜପଥ ଉପରେ ଅଟକି ରହିଛି।

Leave A Reply

Your email address will not be published.