ଭାରତୀୟ ରେଳରେ ଟିକେଟ ବୁକିଂ ସର୍ଭିସ ଠପ୍, ‘ଆଇଆର୍‌ସିଟିସି’ ଜାରି କଲା ସ୍ପଷ୍ଟୀକରଣ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଭାରତୀୟ ରେଳରେ ଟିକେଟ୍ ବୁକିଂ ସର୍ଭିସ ଡାଉନ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଆଜି ସକାଳେ ‘ଦି ଇଣ୍ଡିଆନ୍‌ ରେଲ୍‌ୱେ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ୍‌’ ବୈଷୟିକ ତ୍ରୁଟି ଯୋଗୁଁ ଭାରତୀୟ ରେଳବାଇ ଟିକେଟ୍‌ ବୁକିଙ୍ଗ୍‌ ସର୍ଭିସ୍‌ ଡାଉନ୍‌ ହୋଇଯାଇଥିବା କଥା କହିଛି। ତ୍ରୁଟି ସୁଧାରିବା ପାଇଁ ‌ବୈଷୟିକ ଟିମ୍‌ ଉଦ୍ୟମ ଜାରି ରଖିଛି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ରେଳବାଇ କହିଛି: ବୈଷୟିକ ତ୍ରୁଟିବିଚ୍ୟୁତି କାରଣରୁ ‘ଟିକେଟିଙ୍ଗ୍‌ ସର୍ଭିସ୍‌ଦ (ଆଇଆର୍‌ସିଟିସି ସାଇଟ୍ ଓ ଆପ୍‌) ଉପଲବ୍ଧ ହେଉନାହିଁ। ଆମ ଟେକ୍‌ନିକାଲ୍‌ ଟିମ୍‌ ତ୍ରୁଟି ସୁଧାରୁଛନ୍ତି। ସମସ୍ୟାର ସମାଧାନ ହୋଇଯିବା ମାତ୍ରେ ଆମେ ଆପଣମାନଙ୍କୁ ସୂଚନା ଦେବୁ।
ଆଉ ଏକ ଟୁଇଟ୍‌ରେ ରେଳବାଇ କହିଛି ଯେ, ‘ଆମାଜନ୍‌ଦ, ‘ମେକ୍‌ମାଇଁ ଟ୍ରିପ୍‌ଦ ଏବଂ ଅନ୍ୟାନ୍ୟ ସେବା ଯୋଗାଣକାରୀଙ୍କ ଜରିଆରେ ଟିକେଟ୍‌ ବୁକିଙ୍ଗ୍ କରାଯାଇ ପାରିବ। ଆଜି ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ନ ହୋଇ ପାରିବାରୁ ଟିକେଟ୍‌ କରିବାକୁ ଇଚ୍ଛୁକ ଲୋକେ ‘ଟୁଇଟର୍‌ଦ ଯୋଗେ ରେଳବାଇରେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ, ‘ଆଇଆର୍‌ସିଟିସି ହେଉଛି ୱେବ୍‌ସାଇଟ୍‌ ଓ ‘ଆପ୍‌ଦରେ ଏକ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଯାହା ଯାତ୍ରୀମାନଙ୍କୁ ‌ଟିକେଟିଙ୍ଗ୍‌ ସେବା ପ୍ରଦାନ କରିଥାଏ। ଏହାଛଡ଼ା, ‘ଆଇଆର୍‌ସିଟିସି’ ଗୋଟାଏ ଅଭିନବ ଟିକେଟ୍‌-ବୁକିଙ୍ଗ୍‌ ଫିଚର୍‌ ମଧ୍ୟ ପ୍ରସ୍ତୁତି କରୁଛି। ଅନ୍‌ଲାଇନ୍‌ ରିଜର୍ଭେସନ୍‌ ପ୍ରକ୍ରିୟା ସରଳ ଓ ତ୍ବରିତ କରିବା ଏହାର ଲକ୍ଷ୍ୟ। ‘ଏଆଇ’ ପ୍ଲାଟ୍‌ଫର୍ମ ‘ଆସ୍କ୍‌ ଦିଶା’ରେ ‘ଆଇଆର୍‌ସିଟିସି’ ଏହାର ବ୍ୟବହାରିକ ପରୀକ୍ଷଣ କରୁଛି।

Leave A Reply

Your email address will not be published.