ଓଡ଼ିଆ ନ୍ୟୁଜ୍: ସୁବର୍ଣ୍ଣପୁର: କଣ୍ଟାମାଳ ରେଞ୍ଜରେ ଗାଈକୁ ମାରି ଖାଇଲା ବାଘ।ନାରଣପ୍ରସାଦ ସେକ୍ସନ ସମକୁପା ଅଞ୍ଚଳରେ ବାଘ ଆତଙ୍କ।ସ୍ଥାନୀୟ ଜଙ୍ଗଲରେ ବାଘର ପାଦ ଚିହ୍ନ ଓ ମଳ ଠାବ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟି କବାଟ l ବାଘ ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ।
ସୂଚନାନୁଯାୟୀ, ଗତ ଦୁଇରୁ ତିନିଦିନ ହେଲା ସମାକୁପା ଅଞ୍ଚଳରେ ଏକ ବାଘର ପାଦଚିହ୍ନ ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ପ୍ରତିଦିନ ଗାଁରୁ ଜଙ୍ଗଲକୁ ଚଳିବାକୁ ଯାଇଥିଲା ଗାଈ। ଏହା ପରେ ଗ୍ରାମବାସୀ ଜଙ୍ଗଲକୁ ଗୋରୁ ଖୋଜିବା ପାଇଁ ବାହାରିଥିଲେ। ଆଉ ଜଙ୍ଗଲକୁ ଯାଇ ଗ୍ରାମବାସୀ ଯାହା ଦେଖି ଥିଲେ ତାଙ୍କର ବି ହୋସ୍ ଉଡ଼ିଯାଇଥିଲା। ଗ୍ରାମବାସୀ ଓ ଗାଈ ଜଗୁଆଳଙ୍କ ସନ୍ଦେହ ସତ ହୋଇଥିଲା । ଜଙ୍ଗଲରେ ଗାଈର ମୃତଦେହ ଅବଶେଷ ଦେଖିବା ସହ ବାଘ ପାଦଚିହ୍ନ ଓ ମଳ ମଧ୍ୟ ଦେଖିବାକୁ ପାଇଛନ୍ତି । ଯାହାକୁ ଦେଖି ଅଞ୍ଚଳରେ ଭୟର ବାତାବରଣ ରହିଥିବା ବେଳେ ବାଘକୁ ଅଞ୍ଚଳରୁ ଘୋଡ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।