ଓଡ଼ିଆ ନ୍ୟୁଜ୍: ହୋଟେଲ୍ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ।ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ ହତ୍ୟା ପାଇଁ ୫ ଲକ୍ଷ ସୁପାରି ଦେଇଥିଲା।‘୫ ଲକ୍ଷ ସୁପାରି ଦେଇଥିବା ସୂଚନା ଦେଲେ ବଲାଙ୍ଗିର ଏସ୍ପି’।‘୫ ଲକ୍ଷ ସୁପାରି ନେଇଥିବା ଭକ୍ତବନ୍ଧୁ ସର୍ଖେଲ, ନରେଶ ବେହେରା ଗିରଫ’। ‘ଅଙ୍କୁର ଏକ ତରଫା ଭାବେ ହୋଟେଲ ମାଲିକଙ୍କ ପତ୍ନୀଙ୍କୁ ଭଲ ପାଉଥିଲା’।‘ହୋଟେଲ ମାଲିକଙ୍କ ପତ୍ନୀଙ୍କ ଫଟୋକୁ ଅଶ୍ଳୀଳ ଏଡିଟ୍ କରି ପଠାଉଥିଲା’।
‘ତଥାପି ଉଦ୍ଦେଶ୍ୟ ପୂରଣ ନ ହେବାରୁ ସୁପାରି ଦେଇ ହତ୍ୟା ଉଦ୍ୟମ କରିଥିଲା’। ହୋଟେଲ୍ ମାଲିକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ମାମଲା। ହତ୍ୟା ଉଦ୍ୟମ ପାଇଁ ବ୍ୟବହୃତ ବିନା ନମ୍ବର ପ୍ଲେଟ୍ ବୋଲେରୋ ଜବତ।ବୋଲେରୋ ଚାଳକ ଚୁନୁ ବେହେରାକୁ ଗିରଫ କଲା ପୋଲିସ। ହତ୍ୟା ଉଦ୍ୟମ ଷଡ଼ଯନ୍ତ୍ରରେ ଜେଲ୍ରେ ଅଛି ମୁଖ୍ୟ ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ।