ଆଜି ଭୁବନେଶ୍ୱରର ପ୍ରତିଷ୍ଠା ଦିବସ:ଦୁଇବର୍ଷ ପରେ ବେଶ ଜାକଜମକରେ ପାଳନ ହେଉଛି ଉତ୍ସବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ରାଜଧାନୀ ୭୪ ତମ ପ୍ରତିଷ୍ଠା ଦିବସ। ଦୁଇବର୍ଷ ପରେ ବେଶ ଜାକଜମକରେ ପାଳନ ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ବିଧାନସଭା ସମ୍ମୁଖରେଉତ୍ସବ ପାଳନ କରାଯାଉଛି। ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ମନ୍ତ୍ରୀ ଓ ବିଧାୟକ ମାନେ ଯୋଗ ଦେବେ। ଏହି ଅବସରରେ ୧୩ ଜଣ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନ ଦିଆଯିବ। ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପାରେଡ କରାଯିବ। ପାରେଡ ପାଇଁ ୭୩ ଟି ତ୍ରୁପ ଭାଗ ନେଇଛନ୍ତି। ଦେୟର ଡେଭିଲ ଓ ଭେଇକିଲ ୩ ଟି ତ୍ରୁପ ଭାଗ ନେଇଛନ୍ତି।

ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ପି. ଏମ. ଜି. ମାର୍ଗରେ ୭୪ତମ ପ୍ରତିଷ୍ଠା ସମାରୋହ ହେଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିଧାନସଭା ସ୍ପିକର ଡ଼କ୍ଟର ସୂର୍ଯ୍ୟ ନାରାୟଣ ପାତ୍ର. ଭୁବନେଶ୍ୱର କମିଶନର ପୋଲିସ ସୋମେନ୍ଦ୍ର ପ୍ରିୟଦର୍ଶୀ. ଭୁବନେଶ୍ୱର ମେୟର ସୁଲଚନା ଦାଶ. ଜଟଣୀ ବିଧାୟକ ସୁରେଶ ରାଉତରାୟ. ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା. ପ୍ରଫୁଲ୍ଲ ସାମଲ ବିଧାୟକ. ସନତ ମିଶ୍ର. ପ୍ରୋଦୋଷ ପଟନାୟକ. ଉପସ୍ଥିତ ଥିଲେ ଭୁବନେଶ୍ୱର ର ସ୍କୁଲ ର ପିଲାମାନେ ପ୍ୟାରେଟ କରିଥିଲେ ଶେଷରେ ପୁରସ୍କାର ସମାରୋହ ଅନୁଷ୍ଠିତ ହେଇ ଥିଲା

Leave A Reply

Your email address will not be published.