ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଆଜି ଚଇତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଆଜି ଚଇତି |କଳା ସାଂସ୍କୃତିକ ଗଣ ପର୍ବ ଲୋକ ମହୋତ୍ସବ ଓ ପଲ୍ଲୀ ଶ୍ରୀ ମେଳା,2023, ଉଦଘାଟନ ହୋଇଯାଇଛି।

ଏହି ଅବସରରେ ଐତିହାସିକ ଦେବଗିରି ଶୈବପୀଠର ଗଙ୍ଗା ଯମୁନା ପବିତ୍ର କୁଣ୍ଡରୁ 11, ଟି କଳସରେ ସୁବାସିତ ଜଳ ସଂଗ୍ରହ କରିବା ସହ ନାଗାବଳୀ କଲ୍ୟାଣୀ ଓ ଦେବଗିରି ନାଳ ସଙ୍ଗମ ସ୍ଥଳରେ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଅସ୍ଥାୟୀ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା |

ଏହି ଶୋଭାଯାତ୍ରାରେ ନିୟମଗିରି ପର୍ବତ ମାଳାରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ନୃତ୍ୟ ଆଦିବାସୀ ନୃତ୍ୟ ଘୁମୁରା ତାଳେ ନୃତ୍ୟ ପରିବେଷଣ କରିଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ବିଧାୟକ ବିଷମକଟକ ନିର୍ବାଚନ ମଣ୍ଡଳୀ ଜଗନ୍ନାଥ ସାରାକା ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ଅନୁସୟା ମାଝୀ ସରସ୍ଵତୀ ମାଝୀ ବନମାଳୀ କାଡାରାକା ଅମ୍ବିକା କାଡାରାକା

Leave A Reply

Your email address will not be published.