ଓଡିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଭାରତରେ୧୯୭୫ ମସିହା ଜୁନ ୧୨ ତାରିଖରେ ରାଜ ନାରାୟଣ ଙ୍କ ଠାରୁ ନିର୍ବାଚନ ମକଦ୍ଦମାରେ ହାରିଲେ ଏବଂ ୬ବର୍ଷ କାଳ ନିର୍ବାଚନ ଲଢି ପାରିବେ ନାହିଁ ବୋଲି କୋର୍ଟ ଆଦେଶ ପରେ ଜୁନ ୨୫ ତାରିଖ ରାତି ୧୨ଟାରେ ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଯାଇ ଭାରତରେ ଜରୁରୀ ପରିସ୍ଥିତି ଆଇନ ଜାରୀ କରିଥିଲେ। ଭାରତର ଏହି କଳା ଅଧ୍ୟାୟ ଆଉ ଥରେ ପୁନରାବୃତ୍ତି ନହେଉ ସେଥିପାଇଁ ଭାରତୀୟ ଜନତା ପାର୍ଟି ଏହି ଘଟଣା ବିରୁଦ୍ଧରେ ପ୍ରତି ବର୍ଷ ଭଳି ଜନ ସଚେତନତା ପାଇଁ ଆଜି ଭାଜପା କଟକନଗର ତରଫରୁ କଳା ଦିବସ ମର୍କତ ନଗର(ସିଡିଏ) ସ୍ଥିତ ରାଇସିନା ମଣ୍ଡପରେ ସନ୍ଧ୍ୟା ୬ ଘଟିକାରେ ଏହି କାର୍ଯ୍ୟକ୍ରମ ପାଳନ ହେଲା।ଏଥିରେ ମୁଖ୍ୟ ବକ୍ତାଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ନୟନ କିଶୋର ମହାନ୍ତି ଓ ମୁଖ୍ୟ ଅତିଥି ଭାବେ ଜରୁରୀ ପରିସ୍ଥିତିରେ ୧୯ ମାସ କାରାବରଣ କରିଥିବା ବିଶିଷ୍ଟ ସାମାଜିକ କର୍ମୀ ଓ ଶ୍ରମିକ ନେତା ଶ୍ରୀ ସରୋଜ ମିତ୍ର ମହୋଦୟ ଯୋଗଦେଇଥିଲେ। ସେହି ସମୟର ଜେଲରେ ତଥା ବାହାରେ କିପରି ମିଶା ଆଇନ ଲଗାଇ ଲୋମହର୍ଷଣ କାରୀ ଅତ୍ୟାଚାର ଇନ୍ଦିରା ଗାନ୍ଧୀ ଓ ତାଙ୍କ ଦଳ ପୋଲିସ ଦ୍ୱାରା ଚଳାଇ ଥିଲେ,ତାର ବର୍ଣନ କରିଥିଲେ।ଏହିଭଳି ଘଟଣା ଆଉ ନଘଟିବା ପାଇଁ ଜନମତକୁ ସଚେତନ କରି ରଖିବାକୁ ବକ୍ତା ଓ ମୁଖ୍ୟ ଅତିଥି ଆହ୍ୱାନ କରିଥିଲେ।
କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ବିବେକାନନ୍ଦ ନାଏକ,ସହ ସଂଯୋଜକ ଶ୍ରୀ ଭାଗୀରଥି ଦଳାଇ,ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ,କର୍ପୋରେଟର ଦୀପକ ଦାସ,ବିଶ୍ୱରଂଜନ ମିଶ୍ର,ବୈଦେଶ୍ୱର ପଣ୍ଡା,ଲଲାଟେନ୍ଦୁ ଦାସ, ସୁବାଷ୍ ମହାନ୍ତି,ସଂଜୀବ ରଣା, ରତନ ମହାନ୍ତି, ସତ୍ୟବ୍ରତ ମିଶ୍ର,କୃଷ୍ଣଚନ୍ଦ୍ର ମହାପାତ୍ର,ସଂଜୀବ ମହାପାତ୍ର, ସୁକାନ୍ତ ସିଂ, ରବିନାରାୟଣ ମିଶ୍ର,ସୁଶାନ୍ତ ମହାନ୍ତି, ଡ଼ଃ ହରିହର ସାହୁ,ସତ୍ୟଜିତ ମହଲା, ବିଜୟଲକ୍ଷ୍ମୀ ତ୍ରିପାଠୀ, କଲ୍ୟାଣି ମହଲା, ଗଙ୍ଗାଧର ସାହୁ,ଶିବ ପ୍ରସାଦ ନାଏକ,ବୀଣା ତ୍ରିପାଠୀ,ସତ୍ୟ ଦାସ,କ୍ଷିତିଶ ବେହେରା,ଶାଶ୍ୱତ ନାଏକ,ଜୀବନଜ୍ୟୋତି ଦାସ,ଚନ୍ଦ୍ରମଣି ମନ୍ତ୍ରୀ,ଅଶୋକ ଶାହା,ତୋଫାନି ରାଉତ,ନରହରି ଦାସ,ପ୍ରଦୀପ ଦାସ,ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ବରିଷ୍ଠ ନେତା ଶ୍ରୀ ସବ୍ୟସାଚୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।