ଆଜି ଅନ୍ତଜାର୍ତୀୟ ବ୍ୟାଘ୍ର ଦିବସ: ସହରୀକରଣ ସାଜିଛି ବ୍ୟାଘ୍ର ବଂଶବୃଦ୍ଧିରେ ବାଧକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଅନ୍ତଜାର୍ତୀୟ ବ୍ୟାଘ୍ର ଦିବସ। ପ୍ରତ୍ୟେକ ବର୍ଷ ଜୁଲାଇ ୨୯ ତାରିଖ କୁ ଅନ୍ତଜାର୍ତୀୟ ବ୍ୟାଘ୍ର ଦିବସ ଭାବେ ସାରା ବିଶ୍ବରେ ପାଳନ କରାଯାଏ। ଉନବିଂଶ ଶତାବ୍ଦୀ ର ସତୁରି ଦଶକ ରେ ବିଭିନ୍ନ ପଦକ୍ଷେପ ନେଲା ପରେ ମଧ୍ଯ ବାଘମାନଙ୍କ ସଂଖ୍ଯା ସାରା ବିଶ୍ବରେ ହ୍ରାସ ପାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସେହି ସମୟରେ ବନ୍ୟପ୍ରାଣୀ ବିଶେଷଞ୍ଜ ମାନେ ଚିନ୍ତା ପ୍ରକଟ କରିଥିଲେ। ୨୦୧୦ ମସିହାରେ ରୁଷିଆ ର ସେଣ୍ଟପିଟର୍ସବର୍ଗ ରେ ଅନୁଷ୍ଠିତ ହୋଇଥିବା ବ୍ୟାଘ୍ର ସମ୍ମିଳନୀ ରେ ସାରା ବିଶ୍ବରେ ବାଘମାନଙ୍କ ସୁରକ୍ଷା ନେବାକୁ ନିଷ୍ପତ୍ତି ହୋଇଥିଲା। ଫଳରେ ତାପରଠାରୁ ପ୍ରତିବର୍ଷ ଜୁଲାଇ ୨୯ ରେ ଅନ୍ତଜାର୍ତୀୟ ବ୍ୟାଘ୍ର ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଦିବସ ପାଳନ ର ମୂଳ ଉଦ୍ଦେଶ୍ଯ ଥିଲା ବାଘବଂଶର ସୁରକ୍ଷା, ସଂରକ୍ଷଣ ଓ ବ୍ୟାପକ ପରିମାଣ ରେ ସଚେତନତା କରିବା। ଚଳିତବର୍ଷର ଅନ୍ତଜାର୍ତୀୟ ବ୍ୟାଘ୍ର ଦିବସ ର ଥିମ୍ ରହିଛି “India Launches Project Tiger To Revive The Tiger Population” ।
ଦେଶରେ ବାଘମାନଙ୍କ ସଂରକ୍ଷଣ ପାଇଁ ୧୯୭୩ ମସିହାରେ ପ୍ରୋଜେକ୍ଟ ଟାଇଗର୍ ଆରମ୍ଭ ହୋଇଥିଲା। ସେତେବେଳେ ଦେଶରେ ୮ ଟି ଅଭୟାରଣ୍ୟ ଥିଲା। ୨୦୨୨ ସୁଦ୍ଧା ଦେଶରେ ଏବେ ୫୩ ଟି ଅଭୟାରଣ୍ୟ ରହିଛି।
ସହରୀକରଣ ପାଇଁ ଗଛକଟା, ଶିଳ୍ପାୟନ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ, ଶିକାରୀ ମାନଙ୍କ ଅବାଧ ଶୀକାର ବାଘ ବଂଶକୁ ବିପଦ ମୁଁହ କୁ ଠେଲି ଦେଉଛି। ଜାତୀୟ ପଶୁର ମାନ୍ୟତା ପାଇ ମଧ୍ଯ ଏହାର ସୁରକ୍ଷା ଲାଗି ବ୍ୟାପକ ପଦକ୍ଷେପ ସତ୍ତ୍ବେ ମହାବଳ ସଂଖ୍ଯା କମିବାରେ ଲାଗିଛି। ଯଦି ସ୍ଥିତି ଏଭଳି ରହେ ତାହେଲେ ଦିନ ଆସିବ ବାଘ ଇତିହାସ ପାଲଟିଯିବ। World Wide Fund For Nature ର ରିପୋର୍ଟ ଆଧାରରେ କହିବାକୁ ଗଲେ ସାରା ବିଶ୍ବରେ ଏବେ ମାତ୍ର ୩ ହଜାର ୮୯୦ ମହାବଳ ବାଘ ଅଛନ୍ତି। ଭାରତରେ ମହାବଳ ବାଘ ଙ୍କ ସଂଖ୍ଯା ୨୯୬୭ ରହିଛି। ୨୦୧୮-୧୯ ରେ ଦେଶର ୨୦ ଟି ରାଜ୍ଯ ରେ ହୋଇଥିବା ବାଘ ଗଣନା ରୁ ଏହି ତଥ୍ଯ ଆସିଥିଲା। ବିଶ୍ବର ୭୦ ପ୍ରତିଶତ ରୁ ଅଧିକ ବାଘ ଭାରତରେ ରହୁଛନ୍ତି। ୨୦୧୬ ରେ ଦେଶରେ ୧୪୧୧ ମହାବଳ ଥିବାବେଳେ ୨୦୧୮ ରେ ଏହା ୨୯୬୭ ରେ ପହଞ୍ଚିଥିଲା।
୨୦୨୨ ର NTCA ଗଣନା ଆଜିଯାଏଁ ଆସିନି।
ଅଭୟାରଣ୍ୟ ମାନଙ୍କ ରେ ଶିକାରୀ ମାନଙ୍କ ଶୀକାର ଯୋଗୁଁ ମହାବଳ ଏବେ ସଙ୍କଟରେ। କାରଣ ବାଘ ବଞ୍ଚିବା ବେଳେ ଯେତେ ମୂଲ୍ଯବାନ ମରିଲା ପରେ ବି ସେତେ ମୂଲ୍ଯବାନ। ମହାବଳ ଆବଶ୍ଯକ କରେ ଘଞ୍ଚ ଜଙ୍ଗଲ। କିନ୍ତୁ ବିଗତ କିଛିବର୍ଷ ହେବ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଦେଶରେ ୨୦୧୯ ସୁଦ୍ଧା ୨୧ ପ୍ରତିଶତ ଜଙ୍ଗଲ ରହିଛି। ଜଳବାୟୁ ର ପରିବର୍ତ୍ତନ ମଧ୍ଯ ଜଙ୍ଗଲ ଅବକ୍ଷୟ ପାଇଁ ଦାୟୀ। ଯାହାକି ସିଧାସଳଖ ସେମାନଙ୍କ ଆବାସସ୍ଥଳୀ ଉପରେ ପଡୁଥିବାରୁ ସେମାନଙ୍କ ସଂଖ୍ଯା କମିବାରେ ଲାଗିଛି। ସେମାନଙ୍କର ପ୍ରାକ୍ରୁତିକ ଆବାସସ୍ଥଳୀ କମୁଥିବାରୁ ସେମାନେ ଖାଦ୍ୟାଭାବ ର ଶିକାର ହେଉଛନ୍ତି। ଏ ସମସ୍ତ ତଥ୍ଯ କୁ ଦେଖିଲେ ମନରେ ପ୍ରଶ୍ନ ଉଠୁଛି
() ଆଗାମୀ ପିଢୀ ମହାବଳ ର ହେଣ୍ଟାଳ ଶୁଣିପାରିବେ ତ?
() ଏହି ହିଂସ୍ର ପ୍ରାଣୀ ର ଠାଣି ଦେଖିବାକୁ ମିଳିବ ତ?
() ଭାରତର ଜାତୀୟ ପଶୁ ଇତିହାସ ପାଲଟିଯିବନି ତ?
() ମହାବଳ ର ଅସ୍ତିତ୍ବ କୁ ନେଇ ପ୍ରଶ୍ନ ଉଠିବନି ତ?

Leave A Reply

Your email address will not be published.