ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ତ୍ୟାଗ ଓ ବଳିଦାନର ପର୍ବ ମହରମ। ମୁସଲିମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ। ଏଥିପାଇଁ ଭଦ୍ରକ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭଦ୍ରକରେ ଆଜି ସନ୍ଧ୍ୟାରେ କାଫେଲା ଶୋଭାଯାତ୍ରା ବାହାରିବ। ଶାନ୍ତିଶୃଙ୍ଖଳାରେ କିପରି ଏହି ପର୍ବ ପାଳନ କରାଯିବ ସେନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ମହରମ୍ ଅବସରରେ ବାଲେଶ୍ଵର ଏବଂ ଭଦ୍ରକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଲାଗି ବାଲେଶ୍ଵରରେ ୪୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୂତୟନ କରାଯାଇଛି।
ଡିଜେ ସିଷ୍ଟମ୍ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ସେହିପରି ଭଦ୍ରକ ସହରରେ ଶାନ୍ତିଶୃଙ୍ଖଳାରେ କିପରି ଏହି ପର୍ବ ପାଳନ କରାଯିବ, ସେନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଭଦ୍ରକ ପୁଲିସ ପକ୍ଷରୁ ମଙ୍ଗଳବାର ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ସେହିପରି ସମ୍ବଲପୁରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଳନ ହେଉଛି ମହରମ୍ ପର୍ବ। କାଲି ସମ୍ବଲପୁର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କାରାଯାଇଛି। ଜିଲ୍ଲା ପୁଲିସ୍ ସହ କେନ୍ଦ୍ରୀୟ ସୁରକ୍ଷା ବଳ ଯବାନମାନେ ଫ୍ଲାଗମାର୍ଚ୍ଚ କରିଛନ୍ତି।
ସମ୍ବଲପୁର ଧନକଉଡ଼ା ଛକ ପାଖରୁ ମୋତିଝରଣ, ମ୍ୟୁନିସିପାଲିଟି ଛକ, ନନ୍ଦପଡା, ଝାଡ଼ୁଆପଡା ଓ ବାଲିବନ୍ଧା ଦେଇ ବଡବଜାର ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରିଛି ପୁଲିସ। ଏଥର ମହରମରେ ତାଜିଆ ଶୋଭାଯାତ୍ରା ସହରର ମୁଖ୍ୟ ରାସ୍ତାରେ ନଯିବାକୁ ନିଷ୍ପତ୍ତି ହୋଇଛି। ମଙ୍ଗଳବାର ଧନକଉଡ଼ା ଛକ ପାଖରୁ ମୋତିଝରଣ, ମ୍ୟୁନିସିପାଲିଟି ଛକ, ନନ୍ଦପଡା, ଝାଡ଼ୁଆପଡା ଓ ବାଲିବନ୍ଧା ଦେଇ ବଡବଜାର ପର୍ଯ୍ୟନ୍ତ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି । ଏଥର ମହରମରେ ତାଜିଆ ଶୋଭାଯାତ୍ରା ସହରର ମୁଖ୍ୟ ରାସ୍ତାରେ ନଯିବାକୁ ନିଷ୍ପତ୍ତି ହୋଇଛି।