ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏବଂ ଭାଇଚାରା ଦ୍ଵାରା ଦେଶରେ ଏକତା ବୃଦ୍ଧି ହୁଏ । ଏହା ଦ୍ବାରା ଦେଶର ବିକାଶ ଧାରା ଜାରି ରହିବା ସହିତ ବହୁବିଧ କ୍ଷେତ୍ରରେ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରତିପତିତ ହୋଇପାରି ଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଡିସେମ୍ବର ୧୮ରେ ସଂଖ୍ୟାଲଘୁ ଅଧିକାର ଦିବସ ପାଳନ କରାଯାଇଥାଏ। ବିଶ୍ୱସ୍ତରରେ ବିଭିନ୍ନ ଦେଶରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷିତ ଭାବେ ବାସକରିବା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଏହି ଅବସରରେ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ। ତେବେ ଅଳ୍ପସଂଖ୍ୟକ ବା ସଂଖ୍ୟାଲଘୁ ସମୁଦାୟଙ୍କ ଅଧିକାରକୁ ରକ୍ଷା କରିବା ନେଇ ଭାରତରେ ପ୍ରତି ବର୍ଷ ୧୮ ଡିସେମ୍ବରରେ ‘ସଂଖ୍ୟାଲଘୁ ଅଧିକାର ଦିବସ’ ପାଳନ କରାଯାଏ। ତେବେ ପ୍ରତ୍ୟେକ ରାଷ୍ଟ୍ରରେ ଭିନ୍ନ ଭିନ୍ନ ଜାତି, ଭାଷା ଏବଂ ଧାର୍ମିକ ସଂଖ୍ୟାଲଘୁ ଗୋଷ୍ଠୀ ଅଛନ୍ତି।
‘ସଂଖ୍ୟାଲଘୁ ଅଧିକାର ଦିବସ’ ଭାରତରେ ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗ ଦ୍ୱାରା ପାଳିତ ହୁଏ। ଏହା ଧାର୍ମିକ ସଦ୍ଭାବ, ସମ୍ମାନ ଏବଂ ସବୁ ସଂଖ୍ୟାଲଘୁ ସମୁଦାୟଙ୍କୁ ଭଲ ଭାବେ ବୁଝିବା ଉପରେ କେନ୍ଦ୍ରୀତ। ମିଳିତ ଜାତିସଂଘ ୧୮ ଡିସେମ୍ବର ୧୯୯୨ରେ ଧାର୍ମିକ କିମ୍ବା ଭାଷାଭିତ୍ତିକ ବା ଜାତୀୟ ସଂଖ୍ୟାଲଘୁଙ୍କ ସହ ସଂପର୍କିତ ବ୍ୟକ୍ତିଙ୍କ ଅଧିକାର ଉପରେ ବିବୃତ୍ତିକୁ ଗ୍ରହଣ କରିଥିଲା ଏବଂ ପ୍ରଚାର କରିଥିଲା।
ମିଳିତ ଜାତିସଂଘ ଦ୍ୱାରା କରାଯାଇଥିବା ଘୋଷଣାନାମା ସଂଖ୍ୟାଲଘୁମାନଙ୍କର ସାଂସ୍କୃତିକ, ଧାର୍ମିକ, ଭାଷାଭିତ୍ତିକ ଏବଂ ଜାତୀୟ ପରିଚୟକୁ ଆଲୋକିତ କରେ ଯାହା ରାଜ୍ୟ ତଥା ବ୍ୟକ୍ତିଗତ ଅଞ୍ଚଳ ଦ୍ୱାରା ସମ୍ମାନିତ, ସଂରକ୍ଷିତ ଏବଂ ସୁରକ୍ଷିତ ରହିପାରିବ। ଏହା ମଧ୍ୟ କୁହାଯାଏ ଯେ ସଂଖ୍ୟାଲଘୁମାନଙ୍କର ସ୍ଥିତିରେ ସୁଧାର ଆଣିବା ଏବଂ ସେମାନଙ୍କ ସାଂସ୍କୃତିକ, ଧାର୍ମିକ, ଭାଷାଭିତ୍ତିକ ଏବଂ ଜାତୀୟ ପରିଚୟ ଉପରେ ସଚେତନତା ସୃଷ୍ଟି କରିବା ମଧ୍ୟ ରାଜ୍ୟ ସରକାରଙ୍କ ଦାୟିତ୍ୱ।
୨୯ ଜାନୁଆରୀ ୨୦୦୬ରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ସାମାଜିକ ନ୍ୟାୟ ଏବଂ ନ୍ୟାୟ ମନ୍ତ୍ରଣାଳୟରୁ ଭିନ୍ନ ହୋଇଯାଇଥିଲା। ଏହା ମୁସ୍ଲିମ୍, ଇସାଈ, ବୌଦ୍ଧ, ଶିଖ୍, ପାରସୀ ଓ ଜୈନ ଭଳି ଅଧିସୂଚିତ ସଂଖ୍ୟାଲଘୁ ସମୁଦୟ ସହ ସମ୍ବନ୍ଧିତ ମାମଲା ଉପରେ ଦୃଷ୍ଟିପାତ କରିଥାଏ।