ଆଜି ଜାତୀୟ କୃଷକ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ସାରା ଦେଶ ପାଳୁଛି ଜାତୀୟ କୃଷକ ଦିବସ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ। ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚରଣ ସିଂଙ୍କ ଜଣେ କୃଷକ ନେତା ଥିଲେ । ଦେଶରେ କୃଷକଙ୍କ ଉନ୍ନତି ପାଇଁ ସେ ବିଭିନ୍ନ ନୀତି ପ୍ରଣୟନ କରିଥିଲେ। ଦେଶର ବିକାଶରେ କୃଷକଙ୍କ ଭୂମିକା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଡିସେମ୍ବର 23 ତାରିଖରେ ପାଳନ କରାଯାଏ ।

୨୦୦୧ ପରଠାରୁ ପ୍ରତିବର୍ଷ ଡିସେମ୍ବର ୨୩କୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି। ସ୍ୱାଧୀନତା ପରେ କୃଷି କ୍ଷେତ୍ର ଦେଶର ଅର୍ଥନୀତିକୁ ସୁଦୃଢ କରିପାରିଥିଲା। କୃଷି ମାଧ୍ୟମରେ ଦେଶର ପ୍ରଗତି ହୋଇପାରିବ ବୋଲି ହୃଦବୋଧ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ବିଭିନ୍ନ ପଦକ୍ଷେପ ଆପଣାଇଥିଲେ। ସେ ଦେଶର କୃଷି କ୍ଷେତ୍ରକୁ ସୁଦୃଢ଼ କରିପାରିଥିଲେ। କୃଷି ଓ କୃଷକଙ୍କ ପ୍ରତି ତାଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ। କୃଷି କ୍ଷେତ୍ର ଭାରତର ଅର୍ଥନୀତିର ମେରୁଦଣ୍ଡ ହୋଇ ରହିଛି । ଅର୍ଥନୈତିକ ଅଭିବୃଦ୍ଧିରେ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ଜିଭିଏରେ 17.8 ପ୍ରତିଶତ ଅବଦାନ ରହିଛି ।

ଦେଶର ରପ୍ତାନିରେ ମଧ୍ୟ କୃଷିର ଉଲ୍ଲେଖନୀୟ ଅବଦାନ ରହିଛି । 2021-22 ରେ ଏହା 50.2 ବିଲିୟନ ଡ଼ଲାରରେ ପହଞ୍ଚିଛି । କୃଷି କ୍ଷେତ୍ରରେ ଭାରତୀୟ କୃଷକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଭାରତୀୟ କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ଏକ ପ୍ରକାର ଆହ୍ବାନ ସୃଦଶ ଅଟେ । ଅମଳ ସମୟରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଅନେକ କ୍ଷୟକ୍ଷତି କରିଥାଏ । ଚାଷୀଙ୍କୁ ଋଣ ପରିଶୋଧ କରିବାରେ ସମସ୍ୟା ହୋଇଥାଏ । 2022 ମସିହାରେ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB)ର ରିପୋର୍ଟ ଅନୁସାରେ, ଭାତରେ ପ୍ରତି ଘଣ୍ଟାରେ ଜଣେ କୃଷକ ପ୍ରାଣ ହରାଇଥାଆନ୍ତି । 2022 ମସିହାରେ କୃଷି ପାଇଁ ଆତ୍ମହତ୍ୟା ହାର ମଧ୍ୟ ବୃଦ୍ଧି ପାଇଥିବା ଦର୍ଶାଯାଇଥିଲା ।

Leave A Reply

Your email address will not be published.