ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ହୋଇଉଠିଛି ଶୈବ ପୀଠ ।  ତେବେ  ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠରେ ଲାଗିଛି ଭିଡ । ସକାଳୁ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଧାର୍ମିକ ବିଶ୍ୱାସ ରହିଛି । ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି କୋଟି ଜନ୍ମର ପୁଣ୍ୟ ମିଳିଥାଏ । ଏହାସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ । କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ଶ୍ରଦ୍ଧାଳୁ ଓ ବ୍ରତଧାରୀ । ପୂଜକ ସମିତି ପକ୍ଷରୁ ଭୋର୍‌ ୪ଟାରୁ ମନ୍ଦିରର ପହଡ଼ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନା କରାଯାଇଥିଲା ।

ଏହାପରେ ମଙ୍ଗଳା ଆଳତୀ, ମଇଲମ୍‌, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସଂପନ୍ନ କରାଯାଇଛି । କଂକ୍ରିଟ୍‌ ସେତୁ ଦେଇ ଶ୍ରଦ୍ଧାଳୁମାନେ ପୀଠକୁ ଯାଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.