ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଭାରତ – ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ | ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ କର ବା କର ବା ମର ପରିସ୍ଥିତି । ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆ ଟିମ ଦକ୍ଷିଣ ଆଫ୍ରିକାକୁ ୮ ଓିକେଟରେ ପରାସ୍ତ କରିଥିଲା ।
ଦ୍ୱିତୀୟ ମ୍ୟାଚରେ ସମାନ ୮ ଓିକେଟରେ ଭାରତକୁ ହରାଇ ପ୍ରତିଶୋଧ ନେଇଥିଲା ଦକ୍ଷିଣ ଆଫ୍ରିକା । ଭାରତ ଦସ୍ୱବ ଓପନର ରୁତୁରାଜ ଗାଏକୱାଡ , ସାଇ ସୁଦର୍ଶନ ଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିଛି । ସେପଟେ ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଟୋନି ଡି ଜର୍ଜି ଓ ରିଜା ହେଣ୍ଡ୍ରିକ୍ସ ଦ୍ୱିତୀୟ ମ୍ୟାଚରେ ଫର୍ମକୁ ଫେରିବା ସହିତ ଦଳକୁ ସହଜ ବିଜୟ ଦେଇଥିଲେ ।
ତେଣୁ ଆଜି ଘରୋଇ ଦଳ ଏମାନଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିବ । ଭାରତୀୟ ବୋଲର ପ୍ରଥମ ମ୍ୟାଚର ପ୍ରଦର୍ଶନ ଦୋହରାଇଲେ ଭାରତ ଆଉ ଏକ ସିରିଜ ବିଜୟ ପାଇବା ଆଶା କରାଯାଉଛି । ୨୦୧୮ରେ ଶେଷଥର ପାଇଁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ସିରିଜ ଜିତିଥିଲା ।