ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି । ଶ୍ରୀମନ୍ଦିରରେ ରନôସିଂହାସନ ଉପରେ ଶ୍ରୀଜୀଉଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ । ଦ୍ୱିପହର ଧୂପ ସରିବା ପରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ । ପ୍ରାୟ ୪ଘଂଟା ଧରି ଏହି ନୀତି ଚାଲିବା ଯୋଗୁଁ ଦର୍ଶନ ବନ୍ଦ ରହିବ । ନୀତି ଶେଷ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ । ସେପଟେ ଅଷ୍ଟମୀ ପାଇଁ ଚଂଳଚଂଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ନିଆଳିରୁ ଶ୍ରୀମନ୍ଦିରକୁ ଯିବ ପୋଢୁଆଁ ଭାର । ନିଆଳିର ମାଧବାନନ୍ଦ ଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ନବବସ୍ତ୍ର ଓ ଅଷ୍ଟମୀଭାର ।
ଏବେ ପୂଜାର୍ଚ୍ଚନା ଚାଲିଛି । ଅଳ୍ପ ସମୟ ମଧ୍ୟରେ ପୋଢୁଅଁ ଭାର ଶ୍ରୀମନ୍ଦିର ଅଭିମୁଖେ ବାହାରିବ । ନିଆଳି ସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ପ୍ରଭୁ ଶ୍ରୀ ଜଗନ୍ନାଥ ଠାକୁରଙ୍କ ମାମୁଁଘର । ସେଥିପାଇଁ କଟକ ଜିଲ୍ଲାର ନିଆଳି ଚଳଚଂଳ ହୋଇ ଉଠିଛି । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳିଆ ସାଆନ୍ତ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆବସ୍ତ୍ର, ତାପରେ ଭୋଗ ଲାଗି ହେବା ପରେ ପୂଜା ପାଇବେ ଠାକୁରେ ।
ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ପଇତାଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ଦଇତାପତି ସେବକମାନେ ଏହି ନୀତି ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ଗୁପ୍ତ ନୀତି ହୋଇଥିବାରୁ ଜୟ ବିଜୟ ଦ୍ବାର ବନ୍ଦ ରହିବ । ଏହି ନୀତି ସମ୍ପର୍ଣ୍ଣ ପରେ ଠାକୁରମାନଙ୍କର ମହାସ୍ନାନ କରାଯିବ । ତେଣୁ 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଏହା ସହିତ ପତିତପାବନଙ୍କ ପୋଢୁଆଁ ନୀତି ପାଇଁ ନିଆଳିରୁ ପୋଢୁଆଁ ଭାର ଆସିବ ।