ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ତିନି ମ୍ୟାଚ୍ ବିଶିଷ୍ଟ T-20 ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଦକ୍ଷିଣ ଆଫ୍ରିକାର ସେଣ୍ଟ ଜର୍ଜ ପାର୍କରେ ଭାରତୀୟ ସମୟ ରାତି 8:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଆଜି ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ବର୍ଷ ଆଶଙ୍କା ରହିଛି। ତେଣୁ ପାଗ ଉପରେ ସମସ୍ତଙ୍କ ନଜର ରହିଛି ।
ଦକ୍ଷିଣ ଆଫ୍ରିକାରେ ଭାରତର ଟି-୨୦ ପ୍ରଦର୍ଶନ ଭଲ ରହିଛି । ବ୍ୟାଟର ରିଙ୍କୁ ସିଂ ଓ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ଉପରେ ସମସ୍ତଙ୍କ ନଜରରେ ରହିଛନ୍ତି । ଏହି ପିଚ୍ରେ ଦ୍ରୁତ ବୋଲରଙ୍କ ପ୍ରଭାବ ଦେଖିବାକୁ ମିଳିବ । ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦମ୍ଦାର ପ୍ରଦର୍ଶନ କରି ଭାରତ ୪-୧ରେ ସିରିଜ ବିଜୟୀ ହୋଇଥିଲା । ପୁଣି ଥରେ ଏହି ପ୍ରଦର୍ଶନକୁ ଭାରତ ଦୋହରାଇବ ବୋଲି ଆଶା କରାଯାଉଛି । ତେବେ ଏହାର ତୃତୀୟ ମ୍ୟାଚ ଡିସେମ୍ବର ୧୪ରେ ଜୋହାନ୍ସବର୍ଗରେ ଖେଳାଯିବ।
ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମାନ ଗିଲ୍, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ରିଙ୍କୁ ସିଂ, ଶ୍ରେୟସ ଆୟର, ଇଶାନ କିଶାନ ଓ ଜିତେଶ ଶର୍ମା (ୱିକେଟକିପର), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ୍ ସିରାଜ, ମୁକେଶ କୁମାର ଓ ଦୀପକ ଚହର ।
ଦକ୍ଷିଣ ଆଫ୍ରିକିୟ ଦଳ: ଆଇଡେନ୍ ମାର୍କରାମ (ଅଧିନାୟକ), ଓଟ୍ଟନିଏଲ ବାର୍ଟମ୍ୟାନ୍, ମାଥ୍ୟୁ ବ୍ରିଜ୍କେ, ନାନ୍ଦ୍ରେ ବର୍ଗର, ଜେରାଲ୍ଡ କୋଏଜୀ, ଡୋନୋଭାନ ଫେରେରା, ରୀଜା ହେଣ୍ଡ୍ରିକ୍ସ, ମାର୍କୋ ଜାନ୍ସେନ, ହେନରିକ୍ କ୍ଲାସେନ, କେଶବ ମହାରାଜ, ଡେଭିଡ୍ ମିଲର, ଆନ୍ଦିଲ ଫେଲୁକୱାଅ, ତାବ୍ରେଜ ସାମ୍ସୀ, ଟ୍ରିଷ୍ଟାନ ଷ୍ଟବ୍ସ ଓ ଲିଜାଡ ୱଲିୟମ୍ସ ।