ଆଜି ବିଶ୍ୱ କପାସ ଦିବସ

ପ୍ରତିବର୍ଷ ଅକ୍ଟୋବର ୭ ତାରିଖରେ ପାଳିତ ହୁଏ ବିଶ୍ୱ କପାସ ଦିବସ

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ପ୍ରତିବର୍ଷ ଅକ୍ଟୋବର ୭ ତାରିଖରେ ପାଳିତ ହୁଏ ବିଶ୍ୱ କପାସ ଦିବସ । ଏହି ଦିବସ ଦୁନିଆର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ତନ୍ତୁର ଉପାଦେୟତାକୁ ଲୋକାଭିମୁଖୀ କରିବା ଲାଗି ବିଶ୍ୱ ସମୁଦାୟକୁ ଆମନ୍ତ୍ରଣ କରିଥାଏ । କପାସ ଉତ୍ପାଦନକାରୀ ପ୍ରମୁଖ ୪ଟି ଆଫ୍ରିକୀୟ ଦେଶ ବେନିନ୍,ବୁର୍କିନା,ଫାସୋ, ଚାଡ୍ ଓ ମାଲିର ମିଳିତ ପ୍ରୟାସ କ୍ରମେ ୨୦୧୯ ମସିହା ଅକ୍ଟୋବର ୭ ତାରିଖରେ ଏହି ଦିବସ ପ୍ରଥମେ ଆରମ୍ଭ ହୋଇଥିଲା । ବିଶ୍ୱ ବ୍ୟବସାୟ ସଂଗଠନ ଦ୍ୱାରା ଏହି ଦିବସ ଆୟୋଜିତ ହୋଇଥିଲା ।

ଚଳିତ ବର୍ଷ ବିଶ୍ୱ କପାସ ଦିବସର ଥିମ୍ ହେଉଛି ଚାଷଠାରୁ ଆରମ୍ଭ କରି ଫ୍ୟାଶନ ପର୍ଯ୍ୟନ୍ତ ସଭିଙ୍କ ପାଇଁ କପାକୁ ସହଜ ଉପଲବ୍ଧ ଏବଂ ଦୀର୍ଘସ୍ଥାୟୀ କରାଇବା । ମିଳିତ ଜାତିସଂଘର ୟୁନିଡୋ ଦ୍ୱାରା ଏହାର ପ୍ରଚାର ଓ ପ୍ରସାର କରାଇବା । ଏହି ଦିନକୁ ଭାରତରେ ଏକ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଲୋକଙ୍କୁ କପା ଉତ୍ପାଦନ ଏବଂ ଏଥିରୁ ପ୍ରସ୍ତୁତ ବିଭିନ୍ନ ଜିନିଷ ବିଷୟରେ ବିଭିନ୍ନ ଉପାୟରେ ସୂଚନା ଦିଆଯାଇଥାଏ ।

କପାକୁ ଆମେ ସାଧାରଣ କଟନ ବା ସୂତା ବୋଲି କହିଥାଉ । ଏହା ଆମ ଦୈନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ତଥା ମୂଲ୍ୟବାନ ଜିନିଷ । ଏହା କେବଳ ପୋଷାକରେ ବ୍ୟବହୃତ ହୁଏ ନାହିଁ ବରଂ ଅନ୍ୟାନ୍ୟ ଉପାୟରେ ଆମର କାମରେ ମଧ୍ୟ ଆସିଥାଏ । ଉଭୟ ପୁରୁଷ ଓ ମହିଳାଙ୍କ ଜୀବିକା ନିର୍ବାହ ପାଇଁ କପା ହେଉଛି ଏକ ପ୍ରମୁଖ ମାଧ୍ୟମ । ରୋଜଗାର ବଢାଇବାର ଏହା ଏକ ମୁଖ୍ୟ ଉସବ । କପାରୁ ପ୍ରସ୍ତୁତ ସୂତା ଆରାମଦାୟକ, ଦୀର୍ଘସ୍ଥାୟୀ ଏବଂ ଆଲର୍ଜିମୁକ୍ତ ହୋଇଥାଏ । ସର୍ବନିମ୍ନ ବିକଶିତ ଦେଶମାନଙ୍କରେ ନିଯୁକ୍ତି ଓ ଅର୍ଥନୀତିର ସ୍ଥିରତା ବଜାୟ ରଖିବା ଉଦେଶ୍ୟରେ ବିଶ୍ୱ କପାସ ଦିବସ କପାସ ଭୂମିକାକୁ ଆଲୋକପାତ କରେ । କପା ଶିଳ୍ପ କେବଳ ପୋଷାକ ତିଆରିରେ ଜଡିତ ନୁହେଁ, ବରଂ ଅନେକ ଲୋକଙ୍କ ପାଇଁ ରୋଜଗାରର ଏକ ପ୍ରମୁଖ ଉସô ଅଟେ ।

ଏହାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି କପା ଉତ୍ପାଦନର ଲାଭ ବିଷୟରେ ଅବଗତ କରାଇବା । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ କପା ବହୁଳ ମାତ୍ରାରେ ଉତ୍ପାଦିତ ହୁଏ । ଏବେ କପା ଉତ୍ପାଦନ ଅନେକ ଅଭାବୀ ଲୋକଙ୍କୁ ପ୍ରତିବର୍ଷ ରୋଜଗାର ଯୋଗାଇଥାଏ । ଏବେ କପା ଉତ୍ପାଦନ କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଛି । ପରିସଂଖ୍ୟାନ ଅନୁଯାୟୀ ତେବେ ଭାରତରେ ପ୍ରତିବର୍ଷ ୬୨ ଟନ୍ କପା ଉପୟାଦନ କରାଯାଏ । ଯାହାକି ବିଶ୍ୱର କପା ଉତ୍ପାଦନର ମୋଟ୍ ୩୮ ପ୍ରତିଶତ । କପା ଉତ୍ପାଦନରେ ଭାରତ ପଛକୁ ଚୀନ୍ ଦ୍ୱତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.