ଆଜି ହେଉଛି ବିଶ୍ଵ ଦୃଷ୍ଟି ଦିବସ

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଆଜି ହେଉଛି ବିଶ୍ଵ ଦୃଷ୍ଟି ଦିବସ । ପ୍ରତିବର୍ଷ ଅକ୍ଟୋବର ମାସର ଦ୍ଵିତୀୟ ଗୁରୁବାର ଦିନ ଏହି ବିଶ୍ଵ ଦୃଷ୍ଟି ଦିବସ ପାଳନ କରାଯାଏ । ଚକ୍ଷୁ ରୋଗ ଓ ଦୃଷ୍ଟିଶକ୍ତିଜନିତ ସମସ୍ୟାର ପ୍ରତିରୋଧ ତଥା ପ୍ରତିକାର ପାଇଁ ବିଶ୍ୱବାସୀଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ବିଶ୍ୱ ଦୃଷ୍ଟି ଦିବସ ଦୃଷ୍ଟିହୀନତା ରୋକିବା ପ୍ରୟାସକୁ ଉତ୍ସାହିତ କରିବାର ଗୁରୁତ୍ୱକୁ ଦର୍ଶାଏ । ଭାରତ ପରିପ୍ରେକ୍ଷୀରେ ଶତକଡା ଅଶୀଭାଗ ଅନ୍ଧତ୍ୱକୁ ଏଡାଯାଇପାରିବା ସମସ୍ୟା ମଧ୍ୟରୁ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଦୃଷ୍ଟିହୀନତା ଚିକିତ୍ସାଦ୍ୱାରା ଭଲ କରାଯାଇପାରେ ।

“ବିଶ୍ୱ ଦୃଷ୍ଟି ଦିବସ” ଏକ ମାଧ୍ୟମ ଯାହାଦ୍ୱାରା ବ୍ୟକ୍ତିବିଶେଷ ତଥା ସମ୍ପ୍ରଦାୟଙ୍କୁ ଦୃଷ୍ଟିହୀନତା ଦୂରକରିବା ଏବଂ ଦୃଷ୍ଟିହୀନତାକୁ ଏଡାଇବା ପାଇଁ ବିଭିନ୍ନ ପ୍ରତିଷେଧକ ପଦକ୍ଷେପ ଆରମ୍ଭ କରିବାକୁ ଏକ ପ୍ଲାଟଫର୍ମ ମିଳିଥାଏ । ପ୍ରତିବର୍ଷ ଏକ ଥିମ ନେଇ ବିଶ୍ବ ଦୃଷ୍ଟି ଦିବସ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ଥିମ ରହିଛି ନିଜର ଆଖିକୁ ଭଲ ପାଆନ୍ତୁ ଏବଂ ଚକ୍ଷୁର ଯତ୍ନ ନିଅନ୍ତୁ । ଏହି ଥିମର ଉଦ୍ଦେଶ୍ୟ ହେଉଛି ଆଜିକାଲି ସମସ୍ତେ କମ୍ୟୁଟର, ମୋବାଇଲ ଭଳି ଗ୍ୟାଜେଟ ବ୍ୟବହାର କରୁଛନ୍ତି। ଘଣ୍ଟାଘଣ୍ଟା ଅଫିସ, ଘରେ ମୋବଇଲ ଲାପ୍‌ଟପ୍‌ ଦେଖିବା ସମୟରେ ଏହାର ଅଧିକ ପ୍ରଭାବ ଆଖି ଉପରେ ପଡିଥାଏ । ତେଣୁ ଆଖିକୁ ନେଇ ସତର୍କତା ଜରୁରୀ ଅଟେ ।

ତେବେ ଏହି କାର୍ଯ୍ୟକ୍ରମ ପରେ ଆଖିର ଯତ୍ନ ନେହା ପାଇଁ ପ୍ରଥମେ 1999 ମସିହା ଫେବୃଆରୀ 18 ତାରିଖରେ ଭିଜନ2020 ଆରମ୍ଭ ହୋଇଥିଲା। ଏହି ପଦକ୍ଷେପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏବଂ ଇଣ୍ଟରନ୍ୟାସନାଲ୍‌ ଏଜେନ୍ସି ଫର୍‌ ଦ ପ୍ରିଭେନସନ ଅଫ୍‌ ବ୍ଲାଇଣ୍ଡନେସ ଦ୍ୱାରା ମିଳିତ ଭାବରେ କରାଯାଇଥିଲା । ଭିଜନ 2020 ଅଧୀନରେ ଦୃଷ୍ଟିଶକ୍ତି ହରାଇବା, ଏହାର ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିଯାନ ସାରା ବିଶ୍ୱରେ ଚାଲିଥାଏ ।

Leave A Reply

Your email address will not be published.