ଆଜି ଶୂନ୍ୟ ଛାୟା ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଶୂନ୍ୟ ଛାୟା ଦିବସ। ଭୁବନେଶ୍ୱରରେ ଆଜି ଓ ଆସନ୍ତାକାଲି କଟକରେ ହେବ ଶୂନ୍ୟ ଛାୟା ଦିବସ। ଆଜି ଦିନ ୧୧ଟା ୪୩ରେ ଶୁନ୍ୟ ଛାୟା ସମୟ ରହିଛି। ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ। କଟକରେ ବୁଧବାର ପୂର୍ବାହ୍ଣ ୧୧ଟା ୪୩ମିନିଟରେ ଶୂନ୍ୟଛାୟା ଦୃଶ୍ୟମାନ ହେବ।

ବଲାଙ୍ଗିରରେ ମେ’ ୨୩ ପୂର୍ବାହ୍ଣ ୧୧ଟା ୫୪ମିନିଟ, ବୁର୍ଲା ମେ’ ୨୮ ପୂର୍ବାହ୍ଣ ୧୧ଟା ୫୨ମିନିଟ, ବାରିପଦା ମେ’ ୩୧ ପୂର୍ବାହ୍ଣ ୧୧ଟା ୪୧ମିନିଟ ଏବଂ ରାଉରକେଲାରେ ଜୁନ୍ ୨ ପୂର୍ବାହ୍ଣ ୧୧ଟା ୫୮ମିନିଟରେ ଶୂନ୍ୟଛାୟା ଦେଖାଯିବ। ସୂର୍ଯ୍ୟ ସବୁବେଳେ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାଏ। ସେ ସମୟରେ ବାହାରକୁ ଗଲେ ସବୁବେଳେ ସୂର୍ଯ୍ୟର ବିପରୀତ ଦିଗରେ ଆମର ଏକ ଛାଇ ସୃଷ୍ଟି ହୋଇଥାଏ। ଯେତେବେଳ ଯାଏଁ ସୂର୍ଯ୍ୟ ଆଲୋକ ଥାଏ ସେତେବେଳ ଯାଏଁ ଛାଇ ରହିଥାଏ। ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ ଦେଖାଯାଏ ନାହିଁ।

ଏହି ଘଟଣାକୁ ଜ୍ୟୋର୍ତିବଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି। ଏପ୍ରିଲରୁ ଜୁନ୍ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଶୂନ୍ୟ ଛାୟା ଘଟିଥାଏ। ପୃଥିବୀ ନିଜ କକ୍ଷ ପଥ ସହ ୨୩.୫ ଡିଗ୍ରୀ ଢଳି ରହିଛି। ଫଳରେ ସୂର୍ଯ୍ୟ ସବୁ ଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଏକା ଜାଗାରେ ଅସ୍ତ ହୁଏ ନାହିଁ। ୨୧ ମାର୍ଚ୍ଚ ଠାରୁ ସୂର୍ଯ୍ୟ ଉଦୟର ସ୍ଥାନ ଧୀରେ ଧୀରେ ଉତ୍ତର ଦିଗରେ ଗତିକରି ୨୧ ଜୁନ ଦିନ ଉତ୍ତର ଦିଗର ସବୁଠାରୁ ଦୂରକୁ ଚାଲିଯାଏ।

Leave A Reply

Your email address will not be published.