ଶ୍ରୀମନ୍ଦିରରେ ପବିତ୍ର ଋକ୍ମିଣୀ ହରଣ ଏକାଦଶୀ, ମହାଲକ୍ଷ୍ମୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନମୋହନ
ଓଡିଆ ନ୍ୟୁଜ୍(ବ୍ୟୁରୋ): ବଦଳାଗଲା ନନ୍ଦିଘୋଷ ରଥର ସାନଉଛୁଳା ଅଖ । ଫାଟ ଥିବା ଅଖକୁ କଢ଼ା ଯାଇ ଲଗାଯାଇଛି ନୂଆ ଅଖ । ପୂର୍ବତଟ ରେଳବାଇର ମେକାନିକାଲ ଟିମ୍ ସହାୟତାରେ ଦୁଇ ଚକ ଓ ଭାଙ୍ଗିଯାଇଥିବା ଅଖ ବାହାର କରାଯାଇ ନୂତନ ଅଖ ସହ ଚକ ସଂଯୋଗ ହୋଇଛି । ପରେ ଅଖ, ଦଣ୍ଡା, କୁଡୁକାକୁ ବାନ୍ଧି ରଖିବା ପାଇଁ କଣ୍ଟା ପିଟାଯାଇଛି । ଶ୍ରୀକ୍ଷେତ୍ରରେ ରଥଖଳା ଏବେ ବେଶ ଚଳଚଞ୍ଚଳ । ଜୋରସୋରରେ ୩ ରଥର ନିର୍ମାଣ କାମ ଚାଲିଛି ।
ସେପଟେ ଆଜି ଶ୍ରୀମନ୍ଦିରରେ ପବିତ୍ର ଋକ୍ମିଣୀ ହରଣ ଏକାଦଶୀ ସ୍ୱତନ୍ତ୍ର ନୀତିକାନ୍ତି ସହ ପାଳିତ ହେଉଛି । ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନମୋହନ ପାରମ୍ପରିକ ନୀତି ଅନୁସାରେ ଋକ୍ମିଣୀ ରୂପିଣୀ ମହାଲକ୍ଷ୍ମୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅନ୍ୟପଟରେ ୧୪ ତାରିଖରେ ସ୍ନାନଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ନାନଯାତ୍ରା ପାଇଁ ମାର୍କେଟ ଛକରୁ ବ୍ୟାରିକେଡ ବ୍ୟବସ୍ଥା ହୋଇଛି । ସେହିପରି ଶ୍ରୀନହର ନିକଟରୁ ହୋଇଛି ଜିଗଜାଗ ବ୍ୟାରିକେଡ । ପୋଲିସ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।ଆଉ ମାତ୍ର ଦୁଇ ଦିନ ପରେ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ଦେବସ୍ନାନପୂର୍ଣ୍ଣମୀ । ରତ୍ନସିଂହାସନରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ସହ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ ।..