ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଶ୍ରୀମନ୍ଦିର ପଞ୍ଜୁକ ନୀତିର ଆଜି ଦ୍ବିତୀୟ ଦିନ ଅର୍ଥାତ ପବିତ୍ର ପଞ୍ଚୁକ ଦ୍ବାଦଶୀ । ଏହି ଦିନ ସ୍ବତନ୍ତ୍ର ବେଷରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ବାଙ୍କଚୂଡ଼ ବେଶରେ ଦର୍ଶନ ଦେଇଛନ୍ତି ବଡଠାକୁର । ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି । ବିଶ୍ବାସ ରହିଛି ଶ୍ରୀଜୀଉଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏଇ ପଞ୍ଚୁକ ଯାତ୍ରା । ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ।
ତେଣୁ ଦର୍ଶନ ପାଇଁ ପୂର୍ବଦିନ ଅପେକ୍ଷା ପଞ୍ଚୁକରେ ଶ୍ରୀମନ୍ଦିରରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି । ବିଶ୍ୱାସ ରହିଛି ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପଞ୍ଚୁକ ଯାତ୍ରାର ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ତେଣୁ ଦର୍ଶନ ପାଇଁ ପୂର୍ବଦିନ ଅପେକ୍ଷା ଭିଡ଼ ଅଧିକ ଥିଲା । ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣାର ଦୃଶ୍ୟ ବାରମ୍ବାର ସାମ୍ନାକୁ ଆସିବା ପରେ ଦର୍ଶନ ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଥିଲା ।ତେବେ ପହିଲି ପଞ୍ଚୁକରେ ପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିଲେ । ଅନ୍ୟପଟେ ପଞ୍ଚୁକର ଦ୍ବିତୀୟ ଦିନରେ ଆଠଗଡ଼ର ବାବା ଧବଳେଶ୍ବରଙ୍କ ଗଙ୍ଗାଧର ବେଶ । ପଞ୍ଚୁକରେ ଧବଳେଶ୍ବରଙ୍କ ଦର୍ଶନ ଲାଗି ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଭିଡ଼ ଲଗାଇଛନ୍ତି ।
ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଟାଉନ ଥାନା ଠାରୁ ଅସ୍ଥାୟୀ ବ୍ୟାରିକେଡ଼ରେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି । ସେହିପରି ମର୍ଚ୍ଚିକୋଟ ଛକ ଠାରେ ପୁରୀ ପୌରସଂସ୍ଥା ପକ୍ଷରୁ ଜୋତା ଷ୍ଟାଣ୍ଡ କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତର, ବାହାର, ବଡ଼ଦାଣ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।