ଆଜି ଆକାଶ ମାର୍ଗରୁ ବୁଲିବେ ମୁଖ୍ୟମନ୍ତ୍ରୀ; ବାଲେଶ୍ଵରର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ଵରର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିବେ। ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ। ସୁବର୍ଣ୍ଣରେଖାର ବନ୍ୟା ଜଳରେ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଛି। ଗାଁ ଗାଁରେ ଅଣ୍ଟାଏ ଲେଖାଏ ପାଣି ଚାଲିଛି। ଲୋକେ ଘରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଆଜି ଆକାଶ ମାର୍ଗରୁ ବାଲେଶ୍ୱର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସକାଳ ସାଢ଼େ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପଟର ଯୋଗେ ବାଲେଶ୍ୱର ଯିବେ।

ଆକାଶ ମାର୍ଗରୁ ବାଲିଆପାଳ ଓ ଭୋଗରାଇର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ଏଠାରେ ନଦୀର ସତର୍କ ସଙ୍କେତ ୯.୪୫ ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ସେହିପରି ନଦୀର ଉପର ମୁଣ୍ଡରେ ଥିବା ଜାମଶୋଳାଘାଟରେ ମଧ୍ୟ ସକାଳ ୭ ଟାରେ ନଦୀର ଜଳପତ୍ତନ ୫୦.୮୦୦ ମିଟର ରହିଛି। ଏଠାରେ ବିପଦ ସଂଙ୍କେତ ୪୯.୧୬୦ ମିଟର ରହିଛି। ତେବେ ବିଳମ୍ବିତ ରାତିରୁ ଜାମଶୋଳାଘାଟଠାରେ ନଦୀର ଜଳ ପତ୍ତନ ହ୍ରାସ ପାଉଥିବା ସୂଚନା ମିଳିଛି। କିନ୍ତୁ ରାଜଘାଟ ରେ ଜଳସ୍ତର ବଢୁ ଥିବାରୁ ନଦୀର ନିମ୍ନ ଅବବାହିକା ଅଞ୍ଚଳ ଜଳେଶ୍ଵର,ଭୋଗରାଇ,ବାଲିଆପାଳ ଓ ବସ୍ତା ବ୍ଲକରେ ଦୟନୀୟ ସ୍ଥିତି। ବନ୍ୟା ପାଣି ନଦୀ ବନ୍ଧ ନଥିବା ସ୍ଥାନରେ ଓ ନଦୀର ବିଭିନ୍ନ ଶାଖା ନାଳ ଦେଇ ନଦୀ ପାଖ ଗାଁ ମଧ୍ୟକୁ ପ୍ରଖର ସ୍ରୋତରେ ପ୍ରବେଶ କରୁଛି। ଗାଁ ଗାଁରେ ଅଣ୍ଟାଏ ଲେଖାଏ ପାଣି ଚାଲିଛି।

ଲୋକେ ଘରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଜରୁରୀ ସାମଗ୍ରୀ ଆଣିବାକୁ ଡଙ୍ଗାରେ ଯାଆସ କରୁଛନ୍ତି। ରାସ୍ତାଘାଟ, ଚାଷଜମି ଏକାକାର। ଯୁଆଡ଼େ ଦେଖିଲେ ଖାଲି ପାଣି ଆଉ ପାଣି ଦିଶୁଛି। ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ିଛି। ବୁଢାବଳଙ୍ଗ ଓ ଜଳକା ବି ଫୁଲୁଛି। ଫଳରେ ଆତଙ୍କିତ ହୋଇପଡିଛନ୍ତି ନଦୀ କୂଳିଆ ଲୋକ। ସେପଟେ ମୟୂରଭଂଜରେ ଭୀଷଣ ବର୍ଷା ଯୋଗୁଁ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା ଓ ଚିତ୍ରଡା ଅଞ୍ଚଳରେ ବୃଦ୍ଧି ପାଇଛି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ପାଣି ଆସି ବଡ଼ସାହି ବ୍ଲକ୍ ଭିମଦା ପଞ୍ଚାୟତର ଚେଙ୍ଗୁଆ ମଙ୍ଗଳପୁର ବନ୍ଧର ଆଡି ବନ୍ଧ ଭାଙ୍ଗିଯାଇଛି। ଫଳରେ ଶହ ଶହ ହେକ୍ଟର ହେକ୍ଟର ଜମିରେ ପାଣି ମାଡିଯାଇଛି।

Comments are closed.