ଆଜି ମହିଳାଙ୍କ ଖାତାକୁ ଆସିବାରେ ସୁଭଦ୍ରା ଯୋଜନାର ପରୀକ୍ଷାମୂଳକ ଭାବେ ୧ ଟଙ୍କା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଆସିବ ସୁଭଦ୍ରା କିସ୍ତି । ଆଜି ମହିଳାଙ୍କ ଖାତାକୁ ଆସିବାରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା । ‘ସୁଭଦ୍ରା’ର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟର ଆଜି ଆସିବ ୧ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ଦିଆଯିବ ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆଜି ସୁଦ୍ଧା ୧ କୋଟି ମହିଳାଙ୍କ ଆବେଦନ ପୂରଣ ହୋଇପାରେ। ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଥିବା ପ୍ରଭାତୀ କହିଛନ୍ତି। ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାକୁ ପ୍ରଦାନ କରିବେ। ଏଥିପାଇଁ ବାରିପଦାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ କହିରଖୁଛୁ, ତେବେ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ହି୍ୟ ସଡିଶାରେ ସୁଭଦ୍ରା ସହାୟତା ଆରମ୍ଭ ହୋଇଥିଲା । ଯେଉଁଥିରେ ପାଖାପାଖି ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରାର ପ୍ରଥମ କିସ୍ତି ଭାବେ ୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି ।

ଆସନ୍ତା ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିପାଇଁ ବାରିପଦାରେ ସଭା ଆୟୋଜିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ଏହି ଟଙ୍କା ପ୍ରଦାନ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ମହିଳା ସାମିଲ ହେବେ । ଅକ୍ଟୋବର ୭ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ମହିଳାମାନେ ଏହି ଯୋଜନାରେ ସାମିଲ ହେବେ । ତେବେ ମାର୍ଚ୍ଚ ୮ ଯାଏଁ ସୁଭଦ୍ରା ଆବେଦନ ପାଇଁ ସମୟ ସୀମା ରହିଛି ।

Leave A Reply

Your email address will not be published.