ଆଜି ହେଉଛି ବିଶ୍ବପଖାଳ ଦିବସ, ମଧ୍ୟାହ୍ନରେ ପଖାଳ କଂସାଏ ଖାଇ ଆଜି ଖୁସ୍ ପ୍ରତିଟି ଓଡ଼ିଆ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ହେଉଛି ବିଶ୍ବପଖାଳ ଦିବସ। ପଖାଳ ଜାର ନାଁ ଶୁଣିବା କ୍ଷଣି ପ୍ରତିଟି ଓଡ଼ିଆର ଖାଇବା ରୁଚି ବଢ଼ି ଯାଏ। ଯେଉଁ ଖାଦ୍ୟ ଓଡ଼ିଆର ଏକ ଅନନ୍ୟ ପରିଚୟ। ଖାସ କରି ଓଡ଼ିଆର ମଉଡ଼ ମଣି ମହାପ୍ରଭୁ ଜଗନ୍ନାଥ ଏହି ପଖାଳ ଖାଇ ନିଦ୍ରା ଯାଆନ୍ତି ଆଜି ସେହି ପଖାଳ ପାଇଁ ଦିନ ଟିଏ। ଆଜି ପୁର ପଲ୍ଲୀରୁ ସହର ଯାଏଁ ସବୁଠି ପାଳନ ହେଉଛି ପଖାଳ ଦିବସ। ଆଜି ଖାଇବା ମେନ୍ୟୁରେ ବିଦେଶୀ ନୁହେଁ ବରଂ ସ୍ବଦେଶୀ ବ୍ୟଞ୍ଜନ ପଖାଳର ଚାହିଦା ବଢିବ।

ଆନୁଷ୍ଠାନିକ ଭାବେ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି । ୨୧ ମାର୍ଚ୍ଚର ଦିନ ଓ ରାତିର ଅବଧି ସମାନ ୧୨ ଘଣ୍ଟା । ଏହି ଦିନଠୁ ଦିନର ଅବଧି ବୃଦ୍ଧି ପାଏ । ଏହା ସହ ରୌଦ୍ରତାପ ବୃଦ୍ଧି ଘଟିଥାଏ । ତାପରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣିକୁ ଆଦର କରିଥାନ୍ତି । ତେଣୁ ୨୧ ମାର୍ଚ୍ଚମାନେ ଖରାଦିନ ଆରମ୍ଭ ପୂର୍ବ ଦିନ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ ହେଉଛି ।

ଏହି ଦିନ ପାଞ୍ଜିରେ ଶୀତଳା ଅଷ୍ଟମୀ ପଡ଼ୁଥିବାରୁ ଉତ୍ତର ଭାରତରେ ପାରମ୍ପରିକ ଭାବେ ମାରୁଆଡ଼ିମାନେ ଶୀତଳା ଦେବୀଙ୍କୁ ପୂଜା କରିଥାନ୍ତି । ଏହି ପୂଜାରେ ପୂର୍ବଦିନରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦ୍ରବ୍ୟ ଯାହା ପରଦିନକୁ ଶୀତଳ ଖାଦ୍ୟ ନାମରେ ଅଭିହିତ କରାଯାଏ, ଦେବୀଙ୍କୁ ଭୋଗ ଲଗାଇବା ସହ ପ୍ରସାଦ ଭାବେ ଖାଇବାର ବିଧି ଅଛି । ଏହି ଶୀତଳ ଖାଦ୍ୟ ପଦାର୍ଥ ମଧ୍ୟରେ ପଖାଳ ଅନ୍ୟତମ ।

Leave A Reply

Your email address will not be published.