୧-ଡେଲଟା ପ୍ଲସ ଭାଇରସ ଉପରେ ବିଶେଷଜ୍ଞ ପ୍ୟାନେଲର ମତ । କହିଲେ, ଫୁସଫୁସ ପ୍ରତି ଡେଲଟା ପ୍ଲସ ଅଧିକ ହୋଇପାରେ ଆକର୍ଷିତ, ହେଲେ କରିନପାରେ କ୍ଷତି ।
୨-ଭାରତରେ ବିଳମ୍ବରେ ଆସିବ କରୋନାର ତୃତୀୟ ଲହର, ICMR ରିପୋର୍ଟ ଦେଲା ଆଶ୍ବସ୍ତି : ଟିକାକରଣ ପାଇଁ ମିଳିବ ଅଧିକ ସମୟ ।
୩-ପୂର୍ବତନ କୁଳପତିଙ୍କୁ ହତ୍ୟା, ଦୁର୍ବୃତ୍ତ ଆକ୍ରମଣରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାଏକ ନିହତ ।
୪-ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଡା. ଗୁରୁପ୍ରସାଦ ମହାପାତ୍ରଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୫-ଛତିଶଗଡ-ସୁରକ୍ଷା ବାହିନୀ ଗୁଳିରେ ମୋଷ୍ଟ ୱାଣ୍ଟେଡ୍ ନକ୍ସଲ କମାଣ୍ଡର ସଫା: ଥିଲା ୨୫ଟି ଅପରାଧିକ ମାମଲା ।
୬-ଇତିହାସ ରଚିଲେ ଶେଫାଳୀ, ସବୁଠୁ କମ ବୟସରେ ତିନି ଫର୍ମାଟ୍ରେ ପଦାର୍ପଣ କରିବାରେ ପ୍ରଥମ ଭାରତୀୟ ଖେଳାଳି ।
୭-ବିଜେଡିର ମହିଳା ପଦାଧିକାରୀ ଘୋଷଣା: ୫ ଜଣଙ୍କୁ ରାଜ୍ୟସ୍ତରୀୟ ପଦାଧିକାରୀ ଭାବେ ନିଯୁକ୍ତି ।
୮-ଭାରତୀୟ ମହିଳା ଟିମର କମାଲ । ଫାଇନାଲରେ ମେକ୍ସିକୋକୁ ହରାଇ ତୀରନ୍ଦାଜ ବିଶ୍ୱକପରେ ଜିତିଲା ସ୍ୱର୍ଣ୍ଣ ।
୯-ଟିକାକରଣ ନୀତିରେ ପରିବର୍ତ୍ତନ ନେଇ ପୁଣି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।
୧୦-ମୋଦୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ : କହିଲେ ଗୁଜବରେ ବିଶ୍ୱାସ କରନ୍ତୁନି, ଟିକା ନିଅନ୍ତୁ ।
୧୧-ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କଳାକୃତି ଗାଏବ ହୋଇଯାଇଥିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସମ୍ବାଦ ସମ୍ପୂର୍ଣ ଅସତ୍ୟ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସ୍ପଷ୍ଟୀକରଣ .
୧୨-ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ: ପ୍ରେମଚନ୍ଦ୍ର ଚୌଧୁରୀ ଡବ୍ଲ୍ୟୁଓଡିସିର ସିଇଓ, ବିଶାଲ ସିଂହ ମାଲକାନଗିରି ଜିଲାପାଳ, ମୋନୀଷା ବାନାର୍ଜୀଙ୍କୁ ବରଗଡ଼, ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଓ ଅବୋଲୀ ସୁନୀଲ ନରଭଣେଙ୍କୁ ସୁବର୍ଣ୍ଣପୁର ଜିଲାପାଳ ଦାୟିତ୍ୱ ଏବଂ ଅନୁପମ ଶାହା ହେଲେ ଓସେପାର ପ୍ରକଳ୍ପ ନିର୍ଦେଶକ ।
୧୩-ୟୁପି ବିଧାନସଭା ନିର୍ବାଚନରେ ୧୦୦ ଆସନରେ ନିର୍ବାଚନ ଲଢ଼ିବ ଓୱେସୀଙ୍କ AIMIM ଦଳ
୧୪-ଶ୍ରୀଲଙ୍କା ଗସ୍ତ ଠିକ୍ ପୂର୍ବରୁ ଦ୍ରାବିଡଙ୍କ ବଡ ବୟାନ- ସମସ୍ତ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସମ୍ଭବ ନୁହେଁ, ସିରିଜ୍ ଜିତିବା ଗୁରୁତ୍ଵପୂର୍ଣ୍ଣ ।
୧୫-ମହାନଦୀରେ ଇନ୍ଷ୍ଟ୍ରିମ୍ ଜଳଭଣ୍ଡାର ପାଇଁ ଉଚ୍ଚସ୍ତରୀୟ ଟିମ୍ର ପରିଦର୍ଶନ, ହୀରାକୁଦରୁ ନରାଜ ମଧ୍ୟରେ ୪ ସ୍ଥାନ ଚିହ୍ନଟ ।
୧୬-ଟ୍ଵିଟର ଇଣ୍ଡିଆର ଅଭିଯୋଗ ନିବାରଣ ଅଧିକାରୀଙ୍କ ଇସ୍ତଫା, ନିକଟରେ କମ୍ପାନୀ ଦେଇଥିଲା ନିଯୁକ୍ତି ।