୧- କୋଭିଡ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା। ଗତବର୍ଷ ଭଳି କେବଳ ସେବାୟତମାନେ ହିଁ ଟାଣିବେ ରଥ। ମନ୍ଦିର କିମ୍ବା ଜିଲା ପ୍ରଶାସନର ଅଧିକାରୀ ରଥ ଟାଣିବେ ନାହିଁ
୨- କରୋନା ମହାମାରୀ ବିଫଳତା ପ୍ରତିବାଦରେ ୭ରୁ ୧୭ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି
୩- ଭୁବନେଶ୍ୱର: ଅଣାୟତ୍ତ ହେଲାଣି ଡେଙ୍ଗୁ, ରାଜଧାନୀରେ ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ
୪- ରଥରେ ସେବାୟତଙ୍କୁ ସେଲ୍ଫି, ଭିଡିଓ ରେକର୍ଡିଂ ମନା,ଘୋଷଯାତ୍ରା ନିଷ୍ପତ୍ତି: ବଡ଼ଦାଣ୍ଡ କୋଠାରେ ରହିବେନି ବାହାର ଲୋକ
୫- ଭୁବନେଶ୍ୱର: ଜବରଦଖଲରେ ବହୁମୂଲ୍ୟ ଭୂ-ସମ୍ପତ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ସରକାରଙ୍କୁ ନିଅଣ୍ଟ ସରକାରୀ ଜମି
୬- ଜୀବନ ବଞ୍ଚାଇବାରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମ ପ୍ରଶଂସନୀୟ: ମୁଖ୍ୟମନ୍ତ୍ରୀ
୭- ଗର୍ଭବତୀଙ୍କୁ କରୋନା ଟିକା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ଆବଶ୍ୟକ ପ୍ରଶିକ୍ଷଣ ପରେ ଦିଆଯିବ ଟିକା
୮- ଭବାନୀପାଟଣା:ଭିଜିଲାନ୍ସ ପଞ୍ଝାରେ ଭିଜିଲାନ୍ସ ସରକାରୀ ଓକିଲ ଆଶୁତୋଷ ମିଶ୍ର।,ଏକଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
୯- ଆସନ୍ତା ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଜୁଲାଇ ୧୩ରୁ ବଢିପାରେ ବର୍ଷାର ପରିମାଣ
୧୦- କରୋନା ସମୟରେ ଡିଜିଟାଲ ପେମେଣ୍ଟର ଚାହିଦା ବଢୁଛି । ଜୁନରେ ସାଢେ ୫ ଲକ୍ଷ କୋଟିର ୟୁପିଆଇ କାରବାର
୧୧- ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ; ଅଗଷ୍ଟ ୧୩ରେ ଶେଷ ହେବ
୧୨- ଋଷରେ ପଞ୍ଚମ ଦିନ ପାଇଁ କରୋନାରେ ୬୫୦ରୁ ଅଧିକ ମୃତ୍ୟୁ; ପୁଣି ଆରମ୍ଭ ହେଲା ବୁଷ୍ଟର ଡୋଜ୍