୧. ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବେଙ୍ଗାଲୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର। ୬୧ ବର୍ଷିୟ ବୋମାଇଙ୍କ ନାମରେ ବାଜିଲା ମୋହର ।
୨. କରୋନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା-ଦେଶରେ ଆରୋଗ୍ୟ ହାର ୯୭.୪ ପ୍ରତିଶତକୁ ବୃଦ୍ଧି । ଦେଶରେ ୫୪ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି ।
୩. କେରଳ ଓ ମଣିପୁରର ସର୍ବାଧିକ ୧୦ ଜିଲାରେ କରୋନା ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି । ମୋଟ ୧୨ ରାଜ୍ୟର ୫୪ ଜିଲାରେ ସଂକ୍ରମଣହାର ୧୦ ପ୍ରତିଶତ ଉପରେ ରହିଛି । ତେବେ ୫୪ ଜିଲା ମଧ୍ୟରେ ଓଡ଼ିଶାର କୌଣସି ଜିଲା ନ ଥିବା ସୂଚନା ମିଳିଛି ।
୪. ଦ୍ବିତୀୟ ଲହରରେ ଅମ୍ଳଜାନ ଅଭାବରୁ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାଇବାକୁ ନିର୍ଦେଶ ଦେଲେ କେନ୍ଦ୍ର ସରକାର। ରାଜ୍ୟମାନେ ତଥ୍ୟ ଦେଲେ ତାହା ସଂସଦରେ ଉପସ୍ଥାପନ କରାଯିବ ।
୫. କରୋନା କାଳରେ ବର୍ଷା ଦିନେ ଅଧିକ ସତର୍କ ରହିବାକୁ ପରାମର୍ଶ । ବର୍ଷାଦିନେ ବ୍ୟାପୁଥିବା ରୋଗ ସହ କରୋନା ମିଶିଲେ ସ୍ଥିତି ଅସମ୍ଭାଳ ହେବ । ବିଶେଷ କରି ଡେଙ୍ଗୁ ଚିକନଗୁନିଆ ଆଦି ରୋଗକୁ ରୋକିବାକୁ ପଡ଼ିବ ।
୬. ମଶା ବଂଶ ବୃଦ୍ଧି ଘଟୁଥିବାରୁ ପରିବେଶକୁ ସଫାସୁତୁରା ରଖିବାକୁ ହେବ। କୌଣସି ସହ-ସଂକ୍ରମଣ ଆଣିବାକୁ ଦେବା ନାହିଁ। ନ ହେଲେ ସଂକଟ ସୃଷ୍ଟି ହେବ ।
୭. କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା । ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ। ଦଶମ ପରୀକ୍ଷା ପାଇଁ ଫର୍ମପୂରଣ ହୋଇନ ପାରିବାରୁ ପଦକ୍ଷେପ ।
୮. ଆଇଆଇଟିଗୁଡ଼ିକରେ ନାମଲେଖା ପାଇଁ ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ୍ ଅନୁଷ୍ଠିତ ହେବ । କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ ।
୯. ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ୍ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ହେବାକୁ ଥିବା ଟି-୨୦ ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଛି ।
୧୦. ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ଗତ ସପ୍ତାହରେ ତିବତ ଗସ୍ତ ଭାରତ ପାଇଁ ବିପଦ ବୋଲି ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ କହିଛନ୍ତି ।
୧୧. ଚାଇନାର ଏଭଳି ଅଭିଯାନକୁ ପ୍ରତିହତ କରିବା ଦିଗରେ ଜୋ ବାଇଡେନଙ୍କ ସରକାର ଯଥେଷ୍ଟ ପଦକ୍ଷେପ ନେଉନଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି ।
୧୨. ଦେଶରେ ଦୈନିକ କରୋନା ସଂକ୍ରମଣ ୩୦ ହଜାର ତଳକୁ ଖସିବା ଆଶ୍ୱସ୍ତି ଆଣିଦେଇଛି। ଦୀର୍ଘ ୧୩୨ ଦିନ ପରେ ଦୈନିକ ସଂକ୍ରମଣ ହାର ଏଭଳି ତଳକୁ ଖସିଥିବା ଜଣାଯାଇଛି ।
୧୩. ପାକିସ୍ତାନ ଅଧିକୃତ କାଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପାକିସ୍ତାନର ଶାସକ ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ବ୍ୟାପକ ଜାଲିଆତି କରିଥିବା ଅଭିଯୋଗ ହୋଇଛି ।
୧୪. ଆମେରିକାରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମଙ୍ଗଳବାର ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଆମେରିକାର ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ ।
୧୫. ଓଡ଼ିଶାରେ ଦିନକ ମଧ୍ୟରେ ୧୬୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୩୯ ଏବଂ ସ୍ଥାନୀୟ ସଂକ୍ରମିତ ୬୯୦ । ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ସୁନ୍ଦରଗଡରୁ ସର୍ବାଧିକ ୧୪ ।
୧୬. ମୋଟ ୯୪୭୩୮୧ ଜଣ କରୋନା ରୋଗୀ ସୁସ୍ଥ ; ରାଜ୍ୟରେ ସଂପ୍ରତି ୧୭୭୪୬ ଜଣ ସକ୍ରିୟ ସଂକ୍ରମିତ । ଓଡ଼ିଶାରେ ମୋଟ ୧୫୭୧୮୮୯୦ କୋଭିଡ ନମୁନା ପରୀକ୍ଷା କରାଯାଇସାରିଛି ।
୧୭. ଦେଶରେ ଦୈନିକ କରୋନା ସଂକ୍ରମଣ ଦୀର୍ଘ ୧୩୨ ଦିନ ପରେ ଦୈନିକ ସଂକ୍ରମଣ ହାର ହ୍ରାସ। ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨୯,୬୮୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ । ଏଥିସହିତ ସେହି ସମୟ ମଧ୍ୟରେ ୪୨,୩୬୩ ଜଣ କରୋନା ରୋଗୀ ସୁସ୍ଥ ; ଆରୋଗ୍ୟ ଲାଭ କରିବା ହାର ୯୭.୩୯% । ସୋମବାର ସୁଦ୍ଧା ଦେଶରେ ମୋଟ ୪୫.୯୧ କୋଟି ନମୁନା ପରୀକ୍ଷା । ଦୈନିକ ସଂକ୍ରମଣ ହାର ୧.୭୩% ଏବଂ ସାପ୍ତାହିକ ସଂକ୍ରମଣ ୨.୩୩% ।
୧୮. ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ଖସି ୩,୯୮,୧୦୦ରେ ପହଞ୍ଚିଛି, ଯାହା ୧୨୪ ଦିନ ମଧ୍ୟରେ ସବୁଠାରୁ କମ୍ ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୪.୧୯ କୋଟି ପାନ ଟିକା ଦିଆଯାଇସାରିଛି ।
୧୯. କାବୁଲରେ ଭାରତର ରାଷ୍ଟ୍ରଦୂତଙ୍କୁ ଭେଟିଲେ ଆଫଗାନ ପ୍ରତିନିଧି; ଶାନ୍ତି ପ୍ରକ୍ରିୟା ଉପରେ ଆଲୋଚନା । ପାକ ଅଧିକୃତ କାଶ୍ମୀର ନିର୍ବାଚନରେ ବ୍ୟାପକ ଜାଲିଆତି; ପାକିସ୍ତାନ ସୈନ୍ୟ ବାହିନୀ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ।
୨୦. ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଦୁଇଦିନିଆ ଭାରତ ଗସ୍ତ ; ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ହେବ ଆଲୋଚନା
ମୀରାବାଈଙ୍କୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିଯୁକ୍ତି ।
୨୧. ଆସାମ- ମିଜୋରାମ ସୀମାରେ ହିଂସା : ୬ ପୁଲିସ ମୃତ, ୫୦ ଆହତ ; ଶାହାଙ୍କ ହସ୍ତକ୍ଷେପ ଲୋଡିଲେ ଦୁଇ ମୁଖ୍ୟମନ୍ତ୍ରୀ ।
୨୨. ବିଶ୍ୱ ଐତିହ୍ୟ ମାନ୍ୟତା ପାଇଲା ଭାରତର ଧୋଲାବୀରା ।
୨୩. ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣର କ୍ଷେତ୍ରସ୍ତରୀୟ କାର୍ଯ୍ୟ ତ୍ୱାରାନ୍ୱିତ ନିର୍ଦ୍ଦେଶ ।
୨୪. ବଦଳିବ କୋଣାର୍କର ରୂପରେଖ; ପ୍ରବେଶଦ୍ୱାରରୁ ହଟିବ ହସ୍ତଶିଳ୍ପ ଦୋକାନ ।
୨୫. ୨୦୨୧ରେ ଭାରତର ୧୨.୫% ବିକାଶ ଅନୁମାନକୁ ୯.୫%ରେ ସୀମିତ କଲେ IMF ।
୨୬. ସ୍ଥାନାନ୍ତର ହେବନାହିଁ ଭୁବନେଶ୍ୱରର ଅନ୍ୟତମ ଐତିହ୍ୟ । ମାଷ୍ଟରକ୍ୟାଂଟିନ୍ ଛକରୁ ହଟିବନି ଘୋଡ଼ା ।
୨୭. ଅଗଷ୍ଟରୁ ପିଲାଙ୍କୁ ଟିକାକରଣ ।