୧-ICMR ର ସୂଚନା : ପୁଣି ନମ୍ବର ୱାନ ହେଲା ସ୍ୱଦେଶୀ ଟିକା କୋ-ଭ୍ୟାକ୍ସିନ , ଡେଲ୍ଟା ପ୍ଲସ ଭାରିଏଣ୍ଟ ପାଇଁ ମଧ୍ୟ ପ୍ରଭାବଶାଳୀ ।
୨-କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି, ରେଗୁଲାର ପିଲାଙ୍କୁ ଦିଆଗଲା ୨୦୧୪ର ଏକ୍ସରେଗୁଲାର ପ୍ରଶ୍ନପତ୍ର
୩-ଅଗଷ୍ଟ ୧୫ରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବାକୁ ଅଲିମ୍ପିକ୍ସରେ ଯୋଗଦେଇଥିବା ପ୍ରତିଯୋଗୀଙ୍କୁ ନିମନ୍ତ୍ରଣ କରିବେ ମୋଦୀ, ପ୍ରତିଯୋଗୀଙ୍କୁ ସମ୍ପର୍ଦ୍ଧିତ କରିବେ
୪- ୩ ଦିନ ପୂର୍ବେ ଗାଁକୁ ଆସିଥିବା ଯାଜପୁର ଜିଲ୍ଲା ଧର୍ମଶାଳାର ଯବାନ ଜିତେନ୍ଦ୍ର ଜେନାସାମନ୍ତଙ୍କ ମୃତଦେହ ରାୟଧରାପୁର-ବନ୍ଧଡିହ ରାସ୍ତାର ଅରାବଳ ଗାଁ ପାଖରୁ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା
୫- ଦେଶର ୧୮ଟି ଜିଲ୍ଲାରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
୬- ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା: ଦେଶର ୪୪ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହିଛି ପଜିଟିଭ ସଂଖ୍ୟା, କେରଳରେ ସର୍ବାଧିକ ୧୦ ଜିଲ୍ଲାରେ ୧୦% ଉପରେ ପଜିଟିଭ
୭- ସିବିଏସଇ ଦଶମ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପାସ ହାର ୯୮.୧୨%, ଆନନ୍ଦପୁର ଶାଳପଡ଼ାର ଅମ୍ରିତରାଜ ବିଶ୍ୱାଳ ୯୯.୪୦% ରଖି ଟପ୍ପର
୮-ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ରାଜ୍ୟ କର୍ମଚାରୀ ଚୟନ ଆୟୋଗ କର୍ମଚାରୀ ବିରଞ୍ଚି ସାହୁଙ୍କୁ ଅଧିକ ପଚରାଉଚୁରା ପାଇଁ ୪ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ
୯-ପୌର ନିର୍ବାଚନ ବିଳମ୍ବ ନେଇ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ଏକ ଟିମ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବାକୁ ଦାବି
୧୦-ଭାରତରେ ପହଞ୍ଚିବା ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ପି. ଭି ସିନ୍ଧୁକୁ ଜୋରଦାର ସ୍ୱାଗତ, କହିଲେ ମୁଁ ଜିତିଥିବା ପଦକ ସାରା ଭାରତୀୟଙ୍କର
୧୧- ଆସନ୍ତା ଅଗଷ୍ଟ ୨୧ରୁ ୨୪ ଯାଏଁ ଇଣ୍ଡୋ ପାସିଫିକ୍ ସମୁଦ୍ର ଭିତରେ ଆରମ୍ଭ ହେବ ମାଲବାର ସାମୁଦ୍ରିକ ଅଭ୍ୟାସ, କ୍ୱାଡ ଦେଶ ସମୂହ ପ୍ରସ୍ତୁତ, ସାମିଲ ହେବେ ଭାରତୀୟ ଜାହାଜ ଆଇଏନଏସ ରଣବିଜୟ ଏବଂ ଶିଭାଲିକ୍
୧୨-ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା, ଆଜି ମୃତକଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ଧରି ମାରାଥନ ଜେରା କଲା ପୁଲିସ
୧୩–ଓଏସଏସସି ଅଫିସରେ ଭିଜିଲାନ୍ସର ଖୋଳତାଡ଼, କାଗଜପତ୍ର ଯାଞ୍ଚ ସହ ତଥ୍ୟ ସଂଗ୍ରହ କରୁଛନ୍ତି ୨ ଭିଜିଲାନ୍ସ ଅଧିକାରୀ .
୧୪-କେନ୍ଦ୍ର ସରକାରଙ୍କୁ ଘେରିବାକୁ ରାହୁଲଙ୍କ ନୂଆ ରଣନୀତି । ବିରୋଧୀ ଦଳ ନେତାଙ୍କ ସହ ଜଳଖିଆ ଖାଇବା ପରେ ସାଇକେଲ ରାଲିରେ ଆସିଲେ ସଂସଦ ।
୧୫-ସିବିଏସ୍ଇ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତକାମନା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୧୬-୪ ଦିନିଆ ରିମାଣ୍ଡରେ କୁବେର ପିଏସ୍ ବିରଞ୍ଚି ସାହୁ ; କିଛି ମିଳିଛି, ଆହୁରି ବାହାରିବ !
୧୭-ଟୀକାକରଣ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ନେଇ ଖୋଲିବ ସରକାରୀ ଅଫିସ .
୧୮-‘ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଠିକ୍ ନୁହେଁ’- ଆହ୍ଲାବାଦ୍ ହାଇକୋର୍ଟ, ଦେଲେ ଯୋଦ୍ଧା-ଆକବରଙ୍କ ଉଦାହରଣ ।
୧୯-ଭାରତ-ଚୀନ ସୀମା ବିବାଦ : ସେନା ସ୍ତରୀୟ ବୈଠକରେ ନିଷ୍ପତ୍ତି, ଗୋଗ୍ରା ହାଇଟସରୁ ସେନା ପ୍ରତ୍ୟାହାର କରିବେ ଉଭୟ ଦେଶ ।
୨୦-ପ୍ରକାଶ ପାଇଲା ସିବିଏସ୍ଇ ଦଶମ ପରୀକ୍ଷାଫଳ, ପାସ୍ ହାର ୯୯.୦୪ ପ୍ରତିଶତ ।
୨୧-ସିବିଏସଇ ମାଧ୍ୟମରେ ଭୁବନେଶ୍ୱର ଜୋନରେ ପାସ ହାର ରହିଲା ୯୯ ଦଶମିକ ୬୨ ପ୍ରତିଶତ ।
୨୨-ବ୍ରୋଞ୍ଜ ପଦକ ଜିତିବା ପରେ ଭାରତ ଫେରିଲେ ପି.ଭି ସିନ୍ଧୁ , ଦିଲ୍ଲୀ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ।
୨୩-ହାଇକୋର୍ଟ ଶୁଣାଣିର ସିଧା ପ୍ରସାରଣକୁ ବିରୋଧ । ପ୍ରତ୍ୟାହାର ଦାବିରେ ଆଇନଜୀବୀଙ୍କ କୋର୍ଟ ବର୍ଜନ ।
୨୪-ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍ ।