୧-୩ୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ନବ ଦାସ,ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ।
୨-୧ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶ,ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ହେବ ୩ ପ୍ରକାର କୋଭିଡ୍ ପରୀକ୍ଷା।
୩-କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ପ୍ରଦାନ କରାଯାଇଛି।
୪-JEE ଆଡଭାନ୍ସ ପରୀକ୍ଷା ଲାଗି ଗାଇଡଲାଇନ ଜାରି, ସେପ୍ଟେମ୍ବର ୧୧ରେ ହେବ ଆବେଦନ।
୫-କୋଭିଡ କଟକଣା ମଧ୍ୟରେ କିସ ପରିସରରେ ପାଳିତ ହେଲା ଜାତୀୟ କ୍ରୀଡ଼ା ଦିବସ।ଡକ୍ଟର ସାମନ୍ତ ହକିର କିମ୍ବଦନ୍ତୀ ଖେଳାଳି ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅବଦାନକୁ ମନେ ପକାଇଥିଲେ ।
୬-ବାଘମାରି ଥାନା ଅଧିନ କାଠ ଖୁଣ୍ଟିଆ ଗ୍ରାମ:ନାଇଟ୍ କର୍ଫ୍ୟୁରେ ମାତିଲେ ଲୁଟେରା, ଶିକ୍ଷକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା କଲେ ଲୁଟ୍।
୭-କୋରିୟରରେ ଚାଲିଥିଲା ଗଞ୍ଜେଇ ଚାଲାଣ, ୨ ମାଫିଆଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ।
୮-ଭଦ୍ରକ:ଭିଜିଲାନ୍ସ ପଞ୍ଝାରେ ସିଡିପିଓ କାର୍ଯ୍ୟାଳୟର ମହିଳା ସୁପରଭାଇଜର, ସ୍ଵାମୀ ମଧ୍ୟ ହେଲେ ବନ୍ଧା ।
୯-ଆକାଂକ୍ଷୀ ଜିଲ୍ଲାଗୁଡିକର ଶିକ୍ଷା ଆକାଂକ୍ଷାକୁ ପୂରଣ କରୁଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ।
୧୦-ନୂଆ ଦିଲ୍ଲୀ:ପୁଣି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ବିମାନ ଉଡ଼ାଣ କଟକଣା।
୧୧-ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ଜିତିଲେ ଭାବିନା ପଟେଲ,ହାଇଜମ୍ପରେ ଭାରତୀୟ ଖେଳାଳି ନିଷାଦ କୁମାର ଜିତିଲେ ରୌପ୍ୟ ।‘ଡିସକସ୍ ଥ୍ରୋ’ରେ ବିନୋଦ କୁମାରଙ୍କୁ ମିଳିଲା ବ୍ରୋଞ୍ଜ।
୧୨-ବଢ଼ୁଛି ଆଫଗାନିସ୍ତାନବାସୀଙ୍କ ସଙ୍କଟ । ପାଖରେ ନାହିଁ ଟଙ୍କା, ବ୍ୟାଙ୍କ ବନ୍ଦ । ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍ ଆକାଶଛୁଆଁ, ପାଣି ବୋତଲର ଦାମ ୩ହଜାର ଟଙ୍କା ।