୧-ଆଜି କଂଗ୍ରେସ ଦଳ ପକ୍ଷରୁ ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡ଼ାକରା,ଜରୁରୀକାଳୀନ ସେବାକୁ ଦିଆଯାଇଛି ବାଦ୍।
୨-ଆଜିର ବନ୍ଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ: ଜୋର ଜବରଦସ୍ତି ବନ୍ଦ କରିପାରିବେ ନାହିଁ, କେବଳ ହରତାଳ କରାଯାଇ ପାରିବ।
୩-ପ୍ରମୁଖ ଆଇଟି ସଂସ୍ଥା OCAC ମୁଖ୍ୟଙ୍କୁ ବି ଛାଡିଲେନି ହ୍ୟାକର: ଓକାକ ସିଇଓ ମନୋଜ ପଟ୍ଟନାୟକଙ୍କ ନାଁରେ ନେଇଗଲେ ୭ଲକ୍ଷ ଟଙ୍କା।
୪-ଧବଳେଶ୍ବର ପୀଠରେ ଆଜିଠୁ ୮ ଦିନ ଯାଏଁ ୧୪୪ ଧାରା ଲାଗୁ।
୫-ଜୁନିଅର ହକି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଘୋଷଣା: ସ୍ଥାନ ପାଇଲେ ୩ ଓଡିଆ ଖେଳାଳୀ।
୬-୧୧୭ଜଣ ପୋଲିସ ଏସ୍ଆଇଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର।
୭-ଓଡିଶା ବନ୍ଦ ନେଇ ଗୃହ ବିଭାଗର ଆଡଭାଇଜରୀ: ଅଫିସରଙ୍କୁ ୯ଟା୩୦ ସୁଦ୍ଧା ଲୋକସେବାଭବନ ପହଞ୍ଚିବାକୁ ନିର୍ଦ୍ଦେଶ।
୮-୫ଟି ଜିଲ୍ଲାର ୧୪୨ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୯-OPHWCର କୁବେର ଡେପୁଟୀ ମ୍ୟାନେଜର ପ୍ରତାପ ସାମଲ ସସପେଣ୍ଡ, ବୁଧବାର ଦିନ ହୋଇଥିଲେ ଗିରଫ।
୧୦-ଚିଲିକାରେ ବିଦେଶୀ ପକ୍ଷୀଙ୍କ କଳରବ ! କିଚିରି ମିଚିରି ଶଦ୍ଦରେ ପୂରି ଉଠୁଛି ପରିବେଶ।
୧୧-ଓଡିଶା ବନ୍ଦରେ ସାଧାରଣ ଲୋକଙ୍କୁ ପ୍ରଭାବିତ ହେବାକୁ ଦିଆଯିବ ନାହିଁ, ଟ୍ବିନ ସିଟିରେ କଡ଼ା ନଜର ରଖିବ ପୋଲିସ: ଟ୍ବିନ ସିଟି କମିଶନର
୧୨-ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB)ର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ ଭାବେ ପାଇଲେ ନିଯୁକ୍ତି ।
୧୩-ଦୁବାଇ: ପାକିସ୍ଥାନ ବିଦା, ରବିବାର ଦିନ ଅଷ୍ଟ୍ରେଲିଆ ଓ ନିଉଜିଲ୍ୟାଣ୍ଡ ମଧ୍ୟରେ ହେବ ଫାଇନାଲ।