ଆଜିର ମୁଖ୍ୟ ଖବର

0

୧-CBI ଟିମ୍‌କୁ ଠେଙ୍ଗା ବାଡିଧରି ମହିଳାଙ୍କ ଆକ୍ରମଣ, ଚାଇଲଡ୍‌ ପର୍ଣ୍ଣ ମାମଲାରେ ଢେଙ୍କାନାଳରେ ଚଢାଉ କରିଥିଲା ସିବିଆଇ ।

୨-ମହାମାରୀ ସମୟରେ ୭୩.୨% ପିଲା ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର: ବିଦ୍ୟାଳୟ ଖୋଲିବା ସହ ପିଲାଙ୍କର ମାନସିକ ସ୍ଥିତି ସୁଧାରିବା ଜରୁରୀ ।

୩-ବରଗଡକୁ ମନାକରି ଝାରୁସୁଗୁଡା କାର୍ଯ୍ୟକ୍ରମରେ ଯୋଗଦେଲେ ସୁରେଶ ପୂଜାରୀ । ବିଜୁ ସ୍ମାର୍ଟ କାର୍ଡ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶକୁ କଲେ ପ୍ରଶଂସା ।

୪-ପୁଣି ଅଭିଯୋଗ ଆଣିଲେ ନବାବ ମଲ୍ଲିକ, କହିଲେ କ୍ରୁଜ ଡ୍ରଗ୍ସ ପାର୍ଟିର ଆୟୋଜକଙ୍କୁ ସୁରକ୍ଷା ଦେଉଛନ୍ତି NCB ।

୫-ଆଜିଠୁ ନ୍ୟୁଜିଲାଣ୍ଡ ବିପକ୍ଷ ଲଢେଇ । ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଆକ୍ସନ ମୋଡରେ ଦ୍ରାବିଡ୍ ।

୬-କଙ୍ଗନାଙ୍କ ଆଉ ଏକ ବିବାଦୀୟ ବୟାନ: ଗାନ୍ଧୀଙ୍କୁ କହିଲେ କ୍ଷମତା ଲୋଭି, ସେ ଚାହୁଁଥିଲେ ଭଗତ ସିଂହଙ୍କୁ ଫାଶୀ ହେଉ .।

୭-ତାଇୱାନ ସ୍ୱାଧିନତାକୁ ନେଇ ମୁହାଁମୁହିଁ ଦୁଇ ମହାଶକ୍ତି: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚେତାବନୀ ଦେଲେ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ।

୮-ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ବାପାଙ୍କ କଳା କାରନାମା, ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ପୂର୍ବତନ ମହିଳା ସାଂସଦ ।

୯-ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଡୋଶୀ ରାଜ୍ୟ ସହ ଜରୁରୀକାଳୀନ ବୈଠକ କଲା କେଜ୍ରିୱାଲ ସରକାର ।

୧୦-ହାଇକୋର୍ଟରେ ମଦ ନିଷେଧ ପ୍ରସଙ୍ଗରେ ସରକାରଙ୍କ ସତ୍ୟପାଠ: ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ ପାଇଁ ନିର୍ଦ୍ଦେଶ  ।

୧୧-ଚଳିତ ଏସୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତର ୩ ପଦକ ପକ୍କା ହୋଇଛି। ଭାରତୀୟ ପୁରୁଷ, ମହିଳା ଓ ମିଶ୍ରିତ ଦଳ ଫାଇନାଲ୍‌ରେ ପହଞ୍ଚି ଅତିକମ୍‌ରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି।

୧୨-ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ୱାର୍ଡ ମେମ୍ବରଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ।

୧୩-ଅନ୍ୟ କମ୍ପାନୀଙ୍କୁ ଔଷଧ ତିଆରି ପାଇଁ ଅନୁମତି ଦେଲା ଫାଇଜର, ୯୫ ଦେଶରେ ହେବ ବ୍ୟବହାର ।

୧୪-କାମ୍ପାଲା ଷ୍ଟାଡିୟମ୍‌ ନିକଟରେ ସିରିଜ୍‌ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ଓଡ଼ିଆ ଖେଳାଳି ପ୍ରମୋଦ ଭଗତ

୧୫-ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମମିତା ମେହେରଙ୍କ ପରିବାର, ଗୃହ ସଚିବ ଏବଂ ଡିଜିପିଙ୍କୁ ପକ୍ଷଭୁକ୍ତ କରିବାକୁ ଅପିଲ ।

୧୭-ଅଙ୍ଗନବାଡି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ଦୂର ହେବ ବିବାହିତ-ଅବିବାହିତ ପାତର ଅନ୍ତର ।

୧୮-5T ଅଧିନରେ ରୂପାନ୍ତରିତ ୫ଟି ଜିଲ୍ଲାର ୧୩୦ଟି ହାଇସ୍କୁଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.