ଆସନ୍ତାକାଲି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତାକାଲି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । କାଲି ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ । ଭାରତ ସହ ଲଢିବ ୫ ଥରର ବିଶ୍ୱବିଜେତା ଅଷ୍ଟ୍ରେଲିଆ । ଏହି ଅବସରରେ ପୂର୍ବତନ ବିଶ୍ୱକପ ବିଜେତାଙ୍କୁ ଖାସ୍ ଅନ୍ଦାଜରେ ସମ୍ମାନିତ କରାଯିବ । ଚାମ୍ପିଅନ ଅଧିନାୟକଙ୍କୁ ସ୍ପେଶାଲ ବ୍ଲେଜର ଦେଇ ସମ୍ମାନିତ କରାଯିବ ।

ଏହି ସମ୍ମାନ ପ୍ରଥମ ଇନିଂସ ଖେଳାଯିବା ପରେ ଦିଆଯିବ । ଏହି ସମାରୋହରେ ଏମଏସ ଧୋନି, କପିଲ ଦେବ, ରିକି ପଏଣ୍ଟିଂ, କ୍ଲାଇଭ ଲାୟର୍ଡ, ଏଲନ ବୋର୍ଡର, ଇଆନ ମୋର୍ଗାନ ଏବଂ ଅର୍ଜ୍ଜନ ରଣାତୁଙ୍ଗା ଷ୍ଟାଡିୟମରେ ଉପସ୍ଥିତ ରହିବେ । ବିସିସିଆଇ ଏହି ଇଭେଣ୍ଟ ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି । ଏହି ଇଭେଣ୍ଟରେ ଅଧିନାୟକଙ୍କୁ ସ୍ପେଶାଲ ବ୍ଲେଜର ଦିଆଯାଇ ସମ୍ମାନିତ କରାଯିବା ପୂର୍ବରୁ ଷ୍ଟାଡିୟମ ସ୍କ୍ରିନରେ କିଛି ସର୍ଟ ଭିଡିଓ କ୍ଲିପ୍ ଦେଖାଯିବ । ଏଥିରେ କିଭଳି ଟିମ୍ ଚାମ୍ପିଅନ ହୋଇଥିଲା, ତାହା ଦେଖିବାକୁ ମିଳିବ । ଏହି ସମୟରେ ସମସ୍ତ ଅଧିନାୟକଙ୍କୁ ଛୋଟ ବଡ ପ୍ରଶ୍ନ ମଧ୍ୟ ପଚରାଯିବ । ବିଶ୍ୱକପ ଫାଇନାଲରେ ଅପରାହ୍ନ ୧.୩୦ରେ ଟସ ହେବ । ଖେଳ ୨ଟାରୁ ଆରମ୍ଭ ହେବ । ଏହାପୂର୍ବରୁ ବ୍ରିଟିଶ ଗାୟିକା ଲିପା ଦୁଆ ଷ୍ଟେଜ ପରଫରମାନ୍ସ ଦେବେ ।

ତେବେ ବିଶ୍ୱକପ ଫାଇନାଲରେ ଭାରତୀୟ ଟିମ୍ ୫ଥର ଚାମ୍ପିଅନ ହୋଇଥିବା ଟିମ୍ ଅଷ୍ଟ୍ରେ୍ରଲିଆକୁ ଭେଟିବ । ଟିମ୍ ଇଣ୍ଡିଆ ଚଳିତ ଦିନିକିଆ ବିଶ୍ୱକପରେ ଅପରାଜେୟ ରହିଛି । ବିଶ୍ୱକପ ୨୦୨୩ର ସମସ୍ତ ୧୦ଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିଛି । ଫାଇନାଲ ପାଇଁ ଟିମ୍ ପହଂଚି ଅଭ୍ୟାସ ଜାରି ରଖିଛି । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବା ପୂର୍ବରୁ ୧୦ ମିନିଟ୍ ଏୟାର ଶୋର ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିବେ । ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅଷ୍ଟ୍ରେଲିଆ ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲର୍ସ ମଧ୍ୟ ଉପସ୍ଥିତି ରହିବେ ।

Leave A Reply

Your email address will not be published.