ଋଷରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ୭ ମୃତ

0

ଓଡ଼ିଆ ନ୍ୟୁଜ୍: ଋଷରେ ଭୟଙ୍କର ଟ୍ରେନ ଦୁର୍ଘଟଣା।ପୋଲ ଭାଙ୍ଗି ଏକ ଯାତ୍ରୀବାହି ଟ୍ରେନ ଟ୍ରାକରୁ ଖସି ପଡ଼ିଛି ।ଟ୍ରେନ୍‌ ଦୁର୍ଘଟଣାରେ ୭ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ , ୩୦ରୁ ଅଧିକ ଆହତ ହୋଇଛନ୍ତି।ପଶ୍ଚିମ ରୁଷିଆ ବ୍ରୟଂସ୍କ ଅଞ୍ଚଳରେ ହୋଇଛି ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣା।ଟ୍ରେନଟି ମସ୍କୋରୁ କ୍ଲିମୋଭ୍‌ ଯାଉଥିଲା।ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଦୁର୍ଘଟଣାର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଟ୍ରେନର ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପଶ୍ଚିମ ଋଷର ବ୍ରାୟନ୍ସକ ଅଞ୍ଚଳରେ ଦୁର୍ଘଟଣା ହୋଇଛି । ପୋଲ ଭାଙ୍ଗିବାରୁ ଟ୍ରାକରୁ ଟ୍ରେନ୍‌ ଖସି ପଡିଥିଲା । ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କର ମଧ୍ୟରେ ଟ୍ରେନ ଡ୍ରାଇଭର ମଧ୍ୟ ରହିଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଥିବା ଜଣାପଡିଛି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.