ସ୍ପେନରେ ରେଳ ଦୁର୍ଘଟଣା, ୨୧ ମୃତ

0

ଓଡ଼ିଆ ନ୍ୟୁଜ୍: ସ୍ପେନରେ ବଡ ଟ୍ରେନ ଦୁର୍ଘଟଣା । ଦୁଇ ହାଇ ସ୍ପିଡ୍‌ ଟ୍ରେନ ମୁହାଁମୁହିଁ ଧକ୍କା । ଟ୍ରେନ୍ ଦୁର୍ଘଣାରେ ଅତି କମରେ ୨୧ ଯାତ୍ରୀ ମୃତ । ଶତାଧିକ ଆହତ ହସ୍ପିଟାଲ୍‌ରେ ଭର୍ତ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି । ସରକାର ଏବଂ ପୋଲିସ ଆଶଙ୍କା ପ୍ରକାଶ କରିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ।ଦୁର୍ଘଟଣା ଦକ୍ଷିଣ ସ୍ପେନର ଆଡାମୁଜ୍ ନଗର ନିକଟରେ ଘଟିଛି।

ଯାହା କୋର୍ଡୋବା ସହର ନିକଟବର୍ତ୍ତୀ । ମାଲାଗାରୁ ମାଡ୍ରିଡ୍ ଯାତ୍ରା କରୁଥିବା ହାଇ ସ୍ପିଡ୍ ଟ୍ରେନ୍ ଲାଇନଚ୍ୟୁତ ହୋଇ ପାଖ ଟ୍ରାକ୍ ଉପରେ ପଡ଼ିଯାଇଥିଲା । ବିପରୀତ ଦିଗରେ ଯାଉଥିବା ମାଡ୍ରିଡ୍ରୁ ହୁଏଲଭା ଯାତ୍ରା କରୁଥିବା ଦ୍ୱିତୀୟ ଟ୍ରେନ୍ ଏଥିରେ ଧକ୍କା ହୋଇଥିଲା । ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଘଟଣାକୁ ନେଇ ଦୁଖଃ ପ୍ରକାଶ କରିଛନ୍ତି । ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସା ପାଉଛନ୍ତି ।

Leave A Reply

Your email address will not be published.