ଟ୍ରେନ ଟ୍ରାଜେଡି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ କଥା କଟାକଟି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବାଲେଶ୍ଵରର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା ୩୦୦ ଉପରେ ।ଏହା ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଥିବା ମୁଖ୍ୟ ସଚିବ ପ୍ରଦୀପ ଜେନା କହିଥିଲେ । ତେବେ ସଦ୍ୟତମ ଖବର ଅନୁଯାୟୀ ଏନଡିଆରଏଫ ଦୁର୍ଘଟଣା ବଗିରୁ ଆଉ ୧୩ ମୃତଦେହ ଉଦ୍ଧାର କରିଛନ୍ତି। ଏହାକୁ ମିଶାଇ ମୃତକ ସଂଖ୍ୟା ୩୦୧କୁ ବୃଦ୍ଧି ଘଟିଛି।

ବାହାନଗା ରେଳ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଏହି ସମୟରେ ମମତା ବାନାର୍ଜୀ ରେଲଓ୍ଵେର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ରେଳ ମନ୍ତ୍ରୀ ଥିବା ମମତା ରେଲଓ୍ଵେର କମ୍ୟୁନିକେଶନ ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, ଲାଗୁଛି ରେଲଓ୍ଵେରେ ଯୋଗାଯୋଗର ଅଭାବ ରହିଛି। ରେଲଓ୍ଵେକୁ ସବୁଠୁ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି।

ମମତା ଏହା ମଧ୍ୟ ଜଣାଇଛନ୍ତି ଯେ, ସେ ରେଳ ମନ୍ତ୍ରୀ ଥିବା ସମୟରେ କଣ କଣ ବ୍ୟବସ୍ଥା କରିଥିଲେ। ଏହି ସମୟରେ ମୃତକଙ୍କ ସଂଖ୍ୟାକୁ ନେଇ ମମତା ଏବଂ ଅଶ୍ଵିନୀଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ହୋଇଥିଲା। ମମତା ମୃତ ସଂଖ୍ୟା ଭୁଲ୍ କହିବାରୁ ରେଳ ମନ୍ତ୍ରୀ ଅଟକାଇ ମୃତକଙ୍କ ସଂଖ୍ୟା ୫୦୦ ନୁହେଁ ବରଂ ୨୩୮ ବୋଲି କହିଥିଲେ। ଆହୁରି ୩ଟି ବଗିରେ ମୃତଦେହ ରହିଛି ତେଣୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ମମତା କହିଥିଲେ। ଉଦ୍ଧାରକାର୍ଯ୍ୟ ସରିଗଲାଣି ବୋଲି ବୈଷ୍ଣବ କହିଥିଲେ। ଆଣ୍ଟି କୋଲିଜନ ସିଷ୍ଟମ ଥିଲେ ଦୁର୍ଘଟଣା ଘଟିନଥାନ୍ତା । ଯଦି ଟ୍ରେନରେ ଡିଭାଇସ ଥାଆନ୍ତା ତେବେ ଏହି ଦୁର୍ଘଟଣାକୁ ଏଡ଼ାଇ ଯାଇ ପାରିଥାନ୍ତା ବୋଲି ମମତା କହିଛନ୍ତି।

Leave A Reply

Your email address will not be published.