ଓଡ଼ିଆ ନ୍ୟୁଜ, ରାଇରଙ୍ଗପୁର: ରାଇରଙ୍ଗପୁର ଉଦ୍ୟାନ ବିଭାଗ ତରଫରୁ ତାଲିମ ଓ ଦକ୍ଷତା କାର୍ଯ୍ୟକ୍ରମ ସଭାପତି ଏସ ଡି ଭି ଓ ଡାକ୍ତର ରାମମୋହନ ରାୟଙ୍କ ସଭାପତିତ୍ବରେ ସ୍ଥାନୀୟ ପ୍ରାଣୀ ଓ ପଶୁ ଚିକିତ୍ସା କାର୍ଯ୍ୟାଳୟସ୍ତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି |
ଏଥିରେ ରାଇରଙ୍ଗପୁର ବି ଭି ଓ ଡାକ୍ତର ସୁବାଷ ଚନ୍ଦ୍ର ମହାନ୍ତ, ରାଇରଙ୍ଗପୁର ଏ ଏଚ ଓ ସୂର୍ଯ୍ୟକାନ୍ତ ମଲ୍ଲିକ, ବିଜାତଳା ଏ ଏଚ ଓ ଇତିଶ୍ରୀ ପ୍ରିୟଦର୍ଶିନୀ , ରାଇରଙ୍ଗପୁର ବି ଏ ଓ ପ୍ରଦୀପ ପ୍ରସାଦ ଦାସ ଓ ରାଇରଙ୍ଗପୁର ଏ ଏଫ୍ ଓ ଶ୍ରଦ୍ଧାଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ଚାଷୀମାନେ କିପରି ଉନ୍ନତମାନର ଚାଷ ଯେପରି ଛତୁଚାଷ, ମାଛଚାଷ, ପନିପରିବା ଚାଷ, ମସଲା ଚାଷ, ଫୁଲଚାଷ ଓ ଫଳଚାଷ କରି ସ୍ବାବଲମ୍ବୀ ହୋଇପାରିବେ, ତାହାକୁ ବିଭାଗୀୟ ଅଧିକାରୀଗଣ ବୁଝାଇଥିଲେ | ଏହି ପରିପେକ୍ଷୀରେ ମିଶନ ଶକ୍ତି ମହିଳାମାନଙ୍କୁ ବିଶେଷ ଧନ୍ୟବାଦ ଦେବା ସହ ସେମାନେ ମଧ୍ୟ ଉଦ୍ୟାନ କୃଷି ପ୍ରତି ଆକର୍ଷିତ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ |
ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି, ଚାଷୀମାନେ ସେ ବିଷୟରେ ଅବଗତ ହୋଇ ଲାଭବାନ ହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ | ଉକ୍ତ ସଭାକୁ ଏ ଏଚ୍ ଓ ସୂର୍ଯ୍ୟକାନ୍ତ ମଲ୍ଲିକ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ରାଇରଙ୍ଗପୁର ବ୍ଲକର ସାନପାଖଣା, ପୁରୁଣାପାଣି, ଭାଲୁବସା ଓ ହଳଦାର ଚାଷୀ ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ |