ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ଠାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ବାବଦକୁ ଗ୍ରାମପଞ୍ଚାୟତ ଓ ୱାର୍ଡ ସ୍ତରୀୟ ମହାସଂଘ ଲିଡର ମାନଙ୍କ ତାଲିମ | କରଞ୍ଜିଆ ବ୍ଲକ୍ କାର୍ଯ୍ୟାଳୟ ସଭାଗୃହ ଠାରେ ସିଡିପିଓ ଭାରତୀ ସାହୁଙ୍କ ଅଧ୍ୟକ୍ଷତା ରେ ଆଜି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ବାବଦକୁ ଗ୍ରାମପଞ୍ଚାୟତ ଓ ୱାର୍ଡ ସ୍ତରୀୟ ମହାସଂଘ ଲିଡର ମାନଙ୍କ ବ୍ଲକ୍ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ବିପିଶି ଅମରେଶ ନାଏକ, ବିପିଏ-ସିଏ ଶାନ୍ତନୁ ଦଣ୍ଡସେନା, ମିଶନ ଶକ୍ତି ଫେଡରେସନ ବ୍ଲକ୍ ସଭାପତି ଦୀପାଲି ବେହେରା, ସମ୍ପାଦିକା ଭୁବନେଶ୍ଵରୀ ମହାନ୍ତ, ବିଟିସି-ଓଏଲଏମ ରମ୍ୟରଞ୍ଜନ ଗିରି, ବିପିଏମ ଇନଚାର୍ଜ ଦୀପ୍ତି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସନ୍ଦର୍ଭରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହାସହିତ ବିଏସକେୱାଇ ନବୀନ କାର୍ଡ କେଉଁ ହିତାଧିକାରୀ ମାନେ ପାଇ ପାରିବେ ସେ ବାବଦକୁ ମଧ୍ୟ ତାଲିମ ପ୍ରଦାନ କରାଯାଇଥିଲା ।
ସେହିପରି ମିଶନ ଶକ୍ତି ଫେଡରେସନ ବ୍ଲକ୍ ସମ୍ପାଦିକା ଶ୍ରୀମତି ମହାନ୍ତ ଚଳିତ ମାସ ଦୁବାଇ ଯିବାକୁ ମନୋନୀତ ହେଇଥିବାରୁ ସମସ୍ତ ସଦସ୍ୟା ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀମତି ମହାନ୍ତ ଦୁବାଇ ଯିବାକୁ ମୋନାନିତ ହେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇପ ଟି ଅଧ୍ୟକ୍ଷ ଭୀକେ ପାଣ୍ଡିଆନ୍,ମିଶନ ଶକ୍ତି ନିର୍ଦ୍ଦେଶିକା କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।